ମା ବରୁଣେଉ ପୀଠ ରେ ୪୯ ଯୋଡ଼ିଙ୍କର ଏକାସାଙ୍ଗେ ହେଲା ବିବାହ
ଖୋର୍ଦ୍ଧା,(୨୧ା୪):- ଖୋର୍ଦ୍ଧା ର ବରୁଣେଇ ପୀଠରେ ସାମୁହିକ ବିବାହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ବିଭିନ୍ନ ବ୍ଲକରୁ ମନୋନୀତ ହୋଇଥିବା ୪୯ ଗୋଟି ଯୋଡ଼ି ଏହି ବିବାହରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ କନ୍ୟାବିବାହ ଯୋଜନାରେ ଜିଲା ପ୍ରଶାସନ ପକ୍ଷରୁ ଏହି ବିବାହ ଉତ୍ସବ ଆୟୋଜିତ ହୋଇଛି। ସମସ୍ତ ବ୍ଲକର ସିଡିପିଓ ଏହାର ଦାୟିତ୍ୱରେ ରହିଥିବା ବେଳେ ପିପୁଲ୍ସ ଫୋରମ ବିବାହ ଉତ୍ସବ ପରିଚାଳନା କରିଥିଲେ ମନ୍ତ୍ରଧ୍ୱନିରେ କମ୍ପି ଉଠିଥିଲା ମା ବରୁଣେଇ ପୀଠ। ବିବାହ ସମ୍ପନ୍ନ ହେବା ପରେ ମା’ ବରୁଣେଇ କରୁଣେଇଙ୍କ ଆଶୀର୍ବାଦ ଲାଭ କରିବେ।.

ଜିଲା ପ୍ରଶାସନ ସହ ଜନପ୍ରତିନିଧିମାନେ ଉପସ୍ଥିତ ରହି ଏହି ଯୋଡ଼ିଙ୍କୁ ଉତ୍ସାହିତ କରିଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବରକନ୍ୟାଙ୍କ ପାଇଁ ଅଲଗା ବ୍ୟବସ୍ଥା ସହ ଭୋଜିଭାତ ଆୟୋଜନ କରାଯାଇଛି। ସରକାରଙ୍କ ପକ୍ଷରୁ କନ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୪୫ହଜାର ଟଙ୍କା ଦିଆଯିବ। ଏଥିସହିତ ବିବାହ ଉତ୍ସବ ଆୟୋଜନ ପାଇଁ ଆୟୋଜକ ପିପୁଲ୍ସ ଫୋରମକୁ ୧୫ ହଜାର ଟଙ୍କା ଲେଖାଏ ମୋଟ୍ ଜଣକ ପିଛା ୬୦ ହଜାର ଟଙ୍କା ଖର୍ଚ୍ଚ କରାଯାଉଛିବୋଲି ସୂଚନା
Subha Khabar is now on Whatsapp
Join and get latest news update delivered to you via whatsapp
Join Now
