ଖୋର୍ଦ୍ଧା :- (ଶୁଭ ଖବର)- ବେଗୁନିଆ ସଦର ମହକୁମା ସ୍ଥିତ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ, ସେବା ସଂସଦ ଆନୁକୂଲ୍ୟରେ ପିତୃ ଦିବସ ସ୍ଥାନୀୟ ଜଗନ୍ନାଥ ସଙ୍ଗିତାୟନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।କାଶୀନାଥ ପଟ୍ଟନାୟକଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ପିତୃ ପୂଜନ ଉତ୍ସବରେ ଅନୁଷ୍ଠାନର ସଭାପତି ଭାଗୀରଥି ପରିଡ଼ା ସଭାପତିତ୍ବ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ରାମଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବରେ ସତ୍ୟବାଦୀ ସାହୁ ଯୋଗଦାନ କରି ଆଗାମୀ ଜୀବନରେ ଭଲ ମଣିଷ ହେବାକୁ ହେଲେ ପିତା ମାତାଙ୍କ ସେବା କରି ତାଙ୍କ ଆର୍ଶୀବାଦ ନେବା ପାଇଁ ମତ ବ୍ୟକ୍ତ କରିଥିଲେ ।

ଏଥିରେ ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ, ଜଗଦୀଶ ଚନ୍ଦ୍ର ପାତ୍ର, କୈଳାଶ ଚନ୍ଦ୍ର ସାହୁ,ବିଜୟ କୁମାର ମହାନ୍ତି, ଲକ୍ଷ୍ମୀଧର ମହାରଣା,ପବନି ଭୁଜବଳ, ଭାଗବତ ସାହୁ, ଆଲିସା ସାହୁ ଉପସ୍ଥିତ ଥିଲେ। ପ୍ରାରମ୍ଭରୁ ଗାୟକ ପ୍ରଦୀପ୍ତ କିଶୋର ତ୍ରୀପାଠୀ ଆବାହନି ସଙ୍ଗୀତ ଗାନ କରିଥିଲା ବେଳେ ପ୍ରତାପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
