ଭାରତ ଗ୍ଯାସ ଗ୍ରାମିଣ ବିତରକ ସଂଘ ବୈଠକ

ଖୋର୍ଦ୍ଧା,(୨୧/୧୧):-ଓଡିଶା ଭାରତ ଗ୍ଯାସ ଗ୍ରାମିଣ ବିତରକ ସଂଘର ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ଗ୍ରାମିଣ ବିତରକ ମାନଙ୍କର ଗୋଟିଏ ବୈଠକ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଠାରେ ଅନୁଷ୍ଠିତ ହୋଇ ଯାଇଅଛି।ସାରା ଓଡ଼ିଶା ଭାରତ ଗ୍ଯାସ ଗ୍ରାମିଣ ବିତରକ ସଂଘ ର ସଭାପତି ମନୋରଞ୍ଜନ ସାମନ୍ତରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ସମସ୍ତ ଭାରତ ଗ୍ଯାସ ଗ୍ରାମିଣ ବିତରକମାନେ ସକ୍ରିୟ ଅଂଶ ଗ୍ରହଣ କରି ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହିତ ମତାମତ ଉପସ୍ଥାପନ କରିଥିଲେ।


ବୈଠକରେ ସଭାପତି ଶ୍ରୀସାମନ୍ତରାୟ ଭାରତ ଗ୍ଯାସ ବିତରକମାନେ କିପରି ସେମାନଙ୍କ ଦାୟିତ୍ବକୁ ସୁଚାରୁ ରୂପେ ସମ୍ପାଦନ କରିପାରିବେ ଓ ସେମାନଙ୍କ ବିଭିନ୍ନ ସମସ୍ୟାର କିପରି ସମାଧାନ ହୋଇପାରିବ ସେ ବିଷୟରେ ବିଷଦ ଭାବେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲାର ସଂଯୋଜକ ସୁକାନ୍ତ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଦସ୍ଯ ସୋମନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *