ଓଡିଶା ର ବରପୁତ୍ର ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର :- ସାରା ଓଡ଼ିଶାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ତମ ଜନ୍ମଜୟନ୍ତୀ ଅବସରରେ ବିଜୁ ଯୁବ ଜନତା ଦଳ  ପକ୍ଷରୁ ବିଭିନ୍ନ ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ ଗରିମାମୟ ଭାବେ ଆୟୋଜିତ ହୋଇଯାଇଛି।

Advertisement


ରାଜ୍ୟର ସମସ୍ତ ଜିଲ୍ଲାରେ ପୁଷ୍ପାଞ୍ଜଳି ଅର୍ପଣ, ରକ୍ତଦାନ ଶିବିର, ଗଛରୋପଣ, ସ୍ୱଚ୍ଛତା ଅଭିଯାନ ଓ ଦରିଦ୍ର ଓ ଆବଶ୍ୟକତାମାନଙ୍କୁ ସାହାଯ୍ୟ ପ୍ରଦାନ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯୁବ କାର୍ଯ୍ୟକର୍ତ୍ତାମାନଙ୍କ ନିଷ୍ଠା, ଶୃଙ୍ଖଳା ଓ ସେବାମନୋଭାବ ପ୍ରବାଦ ପୁରୁଷଙ୍କ ଆଦର୍ଶକୁ ପୁନର୍ବାର ଉଜ୍ଜୀବିତ କରିଥିବା ଦେଖାଯାଇଥିଲା।


ଏହି ସଫଳ ଆୟୋଜନ ପାଇଁ ବିଜୁ ଯୁବ ଜନତା ଦଳର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ରାଜ୍ୟ ସଭାପତି ଚିନ୍ମୟ ସାହୁ ଅନ୍ତରରୁ ଅନେକ ଅନେକ ସାଧୁବାଦ ଓ ଧନ୍ୟବାଦ ଜଣାଇଛନ୍ତି। ସେ କହିଥିଲେ ଯେ, ବିଜୁ ବାବୁଙ୍କ ଦୃଢ଼ ନେତୃତ୍ୱ, ଦୂରଦର୍ଶିତା ଓ ଓଡ଼ିଶାର ଗୌରବ ପାଇଁ ତାଙ୍କ ଅବଦାନ ଯୁବ ସମାଜକୁ ସଦା ପ୍ରେରିତ କରିବ।


ବିଜୁ ଯୁବ ଜନତା ଦଳ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ପ୍ରବାଦ ପୁରୁଷଙ୍କ ଆଦର୍ଶକୁ ଆଧାର କରି ସମାଜମୂଖୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାଯାଇଛି

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *