କୁମାରବସ୍ତ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଆଜି ପଳାଶ ପୁର ଓ ଗଙ୍ଗପଡ଼ା ବିଜୟୀ

ଖୋର୍ଦ୍ଧା,(୨୧/୧୧):-ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ  ଅନୁଷ୍ଠିତ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚ ପଳାଶପୁର ଦଳ ଅରିସଲ ଦଳ କୁ ୧୩ ରନ୍ ରେ ପରାସ୍ତ କରିଛି ‌। ପଳାଶପୁର ଦଳ ପ୍ରଥମେ ବ୍ୟାଟିଂ କରି ବସନ୍ତ ସାହୁ ଙ୍କ ୨୧ରନ ସହାୟତାରେ ୧୫ ଓଭର ରେ ୧୧୬ ରନ ସଂଗ୍ରହ କରିଥିଲେ। ଜବାବରେ ଅରିସଲ ଦଳ ନିର୍ଦ୍ଧାରିତ ୧୫ ଓଭର ରେ  ୧୦୩ରନ୍  କରି ପରାଜିତ  ହୋଇଥିଲା। ବସନ୍ତ ସାହୁ ଘାତକ ବୋଲିଂ କରି ୫ ଟି ୱିକେଟ ସଫଳତା ହାସଲ କରିଥିଲେ। ଶ୍ରେଷ୍ଠ ଖେଳାଳି ଭାବେ  ବସନ୍ତ ସାହୁ ଙ୍କୁ ସମାଜସେବୀ ରାକେଶ ବରାଳ ପୁରସ୍କୃତ କରିଥିଲେ।



ଆଜିର ଦ୍ଵିତୀୟ ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରି ବାଙ୍କୀ ଦଳ ନିର୍ଦ୍ଧାରିତ ୧୮ ଓଭର ରୁ ସମସ୍ତ ୱିକେଟ ହରାଇ ୧୨୫ରନ ସଂଗ୍ରହ କରିଥିଲେ। ଜବାବରେ ଗଙ୍ଗପଡ଼ା ଦଳ ନିର୍ଦ୍ଧାରିତ ୧୩ ଓଭର ରେ ୫ ୱିକେଟ ହରାଇ ବିଜୟ ହାସଲ କରି ନେଇଥିଲେ। ଶ୍ରେଷ୍ଠ ଖେଳାଳି ଅନିଲ ମହାପାତ୍ର ଙ୍କୁ ସମାଜସେବୀ କଲ୍ୟାଣ କୁମାର ବାରିକ  ପୁରସ୍କୃତ କରିଥିଲେ।

Advertisement



ଖେଳଟିକୁ ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ, ଶିବଦତ୍ତ ବଡ଼ଜେନା, ତୁଷାରକାନ୍ତ ସୁନ୍ଦରାୟ, ରାକେଶ ପାତ୍ର,। ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ ଓ ସୂର୍ୟ ପ୍ରତାପ ଗଜେନ୍ଦ୍ର ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ  ତୁଲାଇଥିଲେ ।ଆସନ୍ତାକାଲି ଶନିବାର ପ୍ରଥମ ମ୍ୟାଚ୍ ସୁଆଙ୍ଗ ବନାମ କାଇପଦର ଏବଂ ଦ୍ଵିତୀୟ ମ୍ୟାଚ ମେଣ୍ଢାଶାଳ ବନାମ ଭାଲିଆବାଡି  ଟିମ୍ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଦୁର୍ଯ୍ୟୋଧନ ପରିଡା ଜଣାଇଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *