ନୂଆପଡାର ମହିଳାଙ୍କ ଭୋଟ ଅଧୂକାର ଛଡ଼ାଇ ନେଲେ ବିଜେପି

ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଦାୟିତ୍ବ ନିର୍ଦ୍ଧାରଣ ଦାବି କଲା ବିଜେଡି

ଭୁବନେଶ୍ବର, (୧୧/୧୧): -ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହେବା ପାଇଁ ୫ କିଲୋମିଟର ଦୂରରୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଚାଲି ଚାଲି ଆସିଲେ । ବିଶ୍ଵାସ ଥିଲା ଭୋଟ ଦେଇ ନେତା ବାଛିବେ । କିନ୍ତୁ ମତଦାନ କେନ୍ଦ୍ରରେ ଜାଣିବାକୁ ପାଇଲେ ତାଙ୍କ ନାମରେ କେହି ଭୋଟ ଦେଇ ଚାଲିଯାଇଛି। ବିଜେପିର ଚଞ୍ଚକତା ପାଇଁ ସମ୍ପୃକ୍ତ ମହିଳା ଜଣକ ମତଦାନ ଅଧିକାରରୁ ବଞ୍ଚିତ ହେଲେ ବୋଲି ବିଜୁ ଜନତା ଦଳ (ବିଜେଡି) ନେତା ଓ ପ୍ରତିନିଧୂମାନେ ଆଜି ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।

ବିଜେଡି ପକ୍ଷରୁ କୁହାଯାଇଛି ଯେ, ନୂଆପଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିଙ୍ଗାରି ଗ୍ରାମର ମହିଳା ଭୋଟର  ଜୟନ୍ତୀ ଛତ୍ରିଆଙ୍କ ନାମରେ ଆଉ କେହି ଭୋଟ ଦେଇଛି। ଭୋଟ ଅଧିକାର ଅସ୍ଵୀକାର ଘଟଣାକୁ ଗୁରୁତର ଭାବରେ ନିନ୍ଦା କରିଛନ୍ତି। ଶ୍ରୀମତୀ ଛତ୍ରିଆ, କେତେ ଦୂରରୁ ଚାଲି ଚାଲି କୋମନା ବ୍ଲକ ଅଧୀନ ବୁଥ୍ ନମ୍ବର ୩୫୧କୁ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବା ପାଇଁ ପହଁଚିଥିଲେ। କିନ୍ତୁ ସେଠାରେ କାର୍ଯ୍ୟରତ ନିର୍ବାଚନ କର୍ମଚାରୀମାନେ ଭୋଟ ଦେବା ପାଇଁ ଅନୁମତି ଦେଇନଥିଲେ। ସେମାନେ ତାଙ୍କୁ କହିଥିଲେ ଯେ, ତୁମେ ଭୋଟ ଦେଇସାରିଛ। ତେବେ ଏକ ନ୍ୟୁଜ୍ ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଛତ୍ରିଆ ନିଜ ଆଙ୍ଗୁଠି ଦେଖାଇକି ପ୍ରମାଣ କରିଥିଲେ ଯେ, ତାଙ୍କ ଆଙ୍ଗୁଠିରେ କୌଣସି ଅମିଟ୍ ମିଷ୍ଟି (ନିର୍ବାଚନ ରଙ୍ଗ) ଲାଗିନଥିଲା। ଗଣତନ୍ତ୍ରର ପବିତ୍ର ପର୍ବ ନିର୍ବାଚନରେ ଅଂଶଗ୍ରହଣ କରିବାର ଅଧିକାର ହରାଇ ଥିବାରୁ ଶ୍ରୀମତୀ ଛତ୍ରିଆ ଗଭୀର ନିରାଶା ଓ ଦୁଃଖ ବ୍ୟକ୍ତ କରିଥିଲେ ।

Advertisement



ବିଜେଡି ନେତୃବୃନ୍ଦ କହିଛନ୍ତି ଯେ, ଏହା ଗୋଟିଏ ଘଟଣା ନୁହେଁ ବରଂ ନିର୍ବାଚନରେ ପ୍ରଶାସନର ଗମ୍ଭୀର ବିଫଳତାର ବଳିଷ୍ଠ ଉଦାହରଣ। ଭୋଟ ଦେବା ଅଧିକାର ଗଣତନ୍ତ୍ରର ସର୍ବପ୍ରଥମ ଅଧିକାର। କିନ୍ତୁ ନୂଆପଡ଼ାରେ ଲୋକଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି। ବିଜେଡି ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଏହାର ବିଧବଦ୍ଧ ତଦନ୍ତ କରି ଦାୟୀ ଅଧିକାରୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହିତ ସାରା ରାଜ୍ୟ ପାଇଁ ଉଦାହରଣ ରଖୁବା ପାଇଁ ନିର୍ବାଚନ ଅଧିକାରୀ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ଦାବି ଜଣାଇଛି। ବିଜେଡିର ଉକ୍ତ ପ୍ରତିନିଧ ଦଳରେ  ସୁଲତା ଦେଓ, ଡ଼ ଲେନିନ୍ ମହାନ୍ତି,  ମିହିର ରାୟ,  ତୁମ୍ବନାଥ ପଣ୍ଡା,  ଇପସୀତା ସାହୁ, ନାରାୟଣ ଜେନା, ସୋଫିଆ ଆଲାମ,  ରୀତାଞ୍ଜଳି ପ୍ରଧାନ,  ଇଲ୍ଲା ସ୍ଵାଇଁ,  ଜ୍ୟୋସ୍ଲାମୟୀ ପରିଡ଼ା ,ଅଂଶୁ ତ୍ରିପାଠୀ ଉପସ୍ଥିତ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *