ବରିଷ୍ଠ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା;
ଅଭିଯୁକ୍ତଙ୍କ ଗିରଫ ଦାବିରେ ଏସ୍ପି ଙ୍କୁ ଭେଟିଲେ ସାମ୍ବାଦିକ ସଂଘ


ଖୋର୍ଦ୍ଧା, ୨୨ା୪ : ଟାଙ୍ଗୀ ର ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ଓରଫ ମାଲଙ୍କୁ ଖବର ପରିବେଷଣକୁ କେନ୍ଦ୍ରକରି ଜଣେ ଅସାମାଜିକ ବ୍ୟକ୍ତି ତାଙ୍କ ଘରେ ପଶି ଆକ୍ରମଣ କରିବା, ଗାଳିମନ୍ଦ କରିବା ଓ ହତ୍ୟାଧମକ ଦେବା ଘଟଣା ପ୍ରତିବାଦରେ ଆଜି ଶତାଧିକ ସାମ୍ବାଦିକ ଏସ୍ପିଙ୍କୁ ଭେଟି ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି । ଏହି ମର୍ମରେ ଏକ ପ୍ରତିନିଧି ମଣ୍ଡଳୀ  ଆଜି ଏସ୍ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୭ଦିନ ଭିତରେ ଅଭିଯୁକ୍ତ କୁ ଗିରଫ କରାନଗଲେ ସମୁହ ସାମ୍ବାଦିକ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସମ୍ମିଳିତ କର୍ମଜିବୀ ସାମ୍ବାଦିକ ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରକାଶ ହାତୀ ଚେତାବେନୀ ଦେଇଛନ୍ତି । ଏହାକୁ ଜିଲ୍ଲା ପ୍ରେସ କ୍ଲବ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ର ସଦସ୍ୟମାନେ ସମର୍ଥନ ଜଣାଇଛନ୍ତି ।

Advertisement


  ସୂଚନାନୁଯାୟୀ,ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ର ସଭାପତି ତଥା ବରିଷ୍ଠ ନାଗରିକ ପଦ୍ମନାଭ ବିଶ୍ୱାଳ (୮୨) ଜଣେ ଶ୍ରମଜିବୀ ବିବାହିତ ମହିଳାଙ୍କ ଆତ୍ମହତ୍ୟା ସମ୍ପର୍କିତ ଖବର ଗତ ୮ ଓ ୯ତାରିଖରେ ପ୍ରସାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗତ ୧୬ ତାରିଖରେ ଟାଙ୍ଗି ଥାନା ଅନ୍ତର୍ଗତ ବଡ଼ପାରି ଅଂଚଳ ର ଜଣେ ଅସାମାଜିକ ବ୍ୟକ୍ତି ତାଙ୍କ ସମର୍ଥକଙ୍କ ସହ ଶ୍ରୀ ବିଶ୍ୱାଳଙ୍କ ଘରେ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏପରିକି ତାଙ୍କୁ ଖବର ପ୍ରସାରଣ କଲେ ହତ୍ୟାଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଶ୍ରୀ ବିଶ୍ୱାଳ ଜଣେ ବରିଷ୍ଠ ନାଗରିକ ଓ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବାବେଳେ ଏହି ଘଟଣା ପରେ ଶ୍ରୀ ବିଶ୍ୱାଳଙ୍କ ଦମ୍ପତି ଭୟ ଓ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି । ଶ୍ରୀ ବିଶ୍ୱାଳ ଏନେଇ ଟାଙ୍ଗୀ ଥାନାରେ ଏକ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ କୁ ୭ଦିନ ବିତିଥିଲେ ମଧ୍ୟ ପୁଲିସ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇନାହିଁ କି ମାମଲା ରୁଜୁ କରିନାହିଁ, ବରଂ ଜଣେ ଦୁବୃର୍ତ କିପରି ମାମଲାରୁ ଖସିବ ସେ ନେଇ ଥାନା ଅଧିକାରୀ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।


  ତେଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପ୍ରେସ କ୍ଲବ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ନିନ୍ଦା କରିବା ସହ ଗୁରୁତରଭାବେ ଗ୍ରହଣ କରିଛି । ଜଣେ ବରିଷ୍ଠ ନାଗରିକ ତଥା ବରିଷ୍ଠ ସାମ୍ବାଦିକଙ୍କୁ ଘରେ ପଶି ଆକ୍ରମଣ କରିବା ଓ ହତ୍ୟା ଧମକ ଦେବା ଘଟଣାରେ ଅଭିଯୁକ୍ତ କୁ ଗିରଫ ଓ ଶ୍ରୀ ବିଶ୍ୱାଳଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରିବା ଦାବିରେ ଆଜି ସଂଘ ଗୁଡିକ ପକ୍ଷରୁ ଏସ୍ପି ବିବେକାନନ୍ଦ ଶର୍ମା ଙ୍କୁ ଭେଟି ଦାବି କରିଛନ୍ତି । ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ୭ଦିନ ପରେ ଏସ୍ପି ଅଫିସ ସମ୍ମୁଖରେ ସାମ୍ବାଦିକମାନେ ଧାରଣାଦେବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଅଭିଯୋଗକ୍ୁ ଗୁରୁତର ସହ ଗ୍ରହଣ କରି ଜଣେ ବୟସ୍କ ସାମ୍ବାଦିକଙ୍କୁ ଏଭଳି ହତ୍ୟା ଦେବା ଘଟଣାରେ ତୁରନ୍ତ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରାଯିବ । ଏନେଇ ଜିଲ୍ଲା ମୁଖ୍ୟାଳୟର ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଏସ୍ପି ପ୍ରତିଶୃତି ଦେଇଛନ୍ତି ।


  ଦାବ ିପତ୍ର ପ୍ରଦାନ ବେଳେ ଖୋର୍ଦ୍ଧା ପ୍ରେସକ୍ଲବ ସଭାପତି ଶୁଭ୍ରାଂଶୁ ସାମନ୍ତରାୟ, ସମ୍ପାଦକ ଦିଲୀପ ପଟ୍ଟନାୟକ, କୋଷଧ୍ୟକ୍ଷ ଶୁଭକାନ୍ତ ମହାପାତ୍ର,ଓୟୁଜେ ଖୋର୍ଦ୍ଧା ଜିଲ୍ଲା ସଭାପତି ତପନ କୁମାର ନାୟକ, ସମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବ୍ଲୁଜେ) ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀ, ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଅବ୍ୟକ୍ତ ହରିହର ଖାଡେଙ୍ଗା, ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ର ସଭାପତ ି ଶ୍ରୀ ବିଶ୍ୱାଳ, ସମ୍ପାଦକ ମନୋଜ ପଟ୍ଟନାୟକ, ବରିଷ୍ଠ ସଭ୍ୟ ପ୍ରଦୀପ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଦାମୋଦର ସାହୁ, ଆଲୋକ ମହାରଣା, ଉମେଶ ପଟ୍ଟନାୟକ, ମାନସ ପ୍ରଧାନ, ରଜନୀକାନ୍ତ ମିଶ୍ର ଙ୍କ ସମେତ ଖୋର୍ଦ୍ଧା ପ୍ରେସ କ୍ଲବ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ର ସମସ୍ତ ସଦସ୍ୟମାନେ ସାମିଲ ହୋଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *