ଖୋର୍ଦ୍ଧା, (24/04):- ବରିଷ୍ଠ ସାମ୍ବାଦିକ ତଥା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳ ଙ୍କୁ ହତ୍ୟା କରିବା ଧମକ ଘଟଣାରେ ଗତ ୧୬ତାରିଖରେ ବଡ଼ପାରୀ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ ଙ୍କବିରୋଧରେ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା।ଶ୍ରୀ ବିଶ୍ୱାଳ ଙ୍କ ଦ୍ୱାରା ପ୍ରସାରିତ ହୋଇଥିବା ଖବରରେ କାହାକୁ ବ୍ୟକ୍ତିଗତ ଭାବେ ଅଭିଯୁକ୍ତ କରାଯାଇନଥିଲା।ଜଣେ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଘଟଣା ରହସ୍ୟ ଜନକ ହୋଇଥିବା ହେତୁ ଏହି ଖବରଟି ପ୍ରସାରିତ ହୋଇଥିଲା।କୌଣସି କାରଣରୁ ସରପଞ୍ଚ ଶ୍ରୀ ଦାସ ଏଥିରେ ଉତକ୍ଷିପ୍ତ ହୋଇ ସାମ୍ବାଦିକଙ୍କ ବାସ ଭବନକୁ ଆସି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତାଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ।

ଏହି ଘଟଣା ସମ୍ପର୍କରେ ଶ୍ରୀ ବିଶ୍ୱାଳ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ।ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସାମ୍ବାଦିକ ଙ୍କ ନିରାପତ୍ତା ବିପର୍ଣ୍ଣ ହୋଇଥିବା ଅନୁଭବ କରିବା ସହିତ ଏତାଦୃଶ ସମାଜବିରୋଧୀ କାର୍ଯ୍ୟକଳାପ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମିତ୍ତ ଖୋରଧା ଜ଼ିଲାର ବିଭିନ୍ନ ସାମ୍ବାଦିକ ସଂଘ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ର ଶତାଧିକ ସାମ୍ବାଦିକ ଅଭିଯୁକ୍ତଙ୍କ ବିରୋଧରେ ତ୍ୱରିତ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ୨୨ତାରିଖ ବୁଧବାର ଦିନ ଖୋରଧା ଜ଼ିଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରି ଥିଲେ। ତଦନ୍ତରେ ବିଳମ୍ବ ଘଟିଲେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ପ୍ରଦାନ କରିଥିଲେ।

ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶର୍ମା ଏହାର ବିଧିବଦ୍ଧ ତଦନ୍ତ କରିବାକୁ ଉପ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମହାନ୍ତି ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ତେଣୁ ପ୍ରତିଶୃତି ଦେଇଥିବାର ମାତ୍ର ୭ଘଣ୍ଟା ପରେ ଶ୍ରୀ ମହାନ୍ତି ତଦନ୍ତ ଆରମ୍ଭ କରି ସାମ୍ବାଦିକ ଶ୍ରୀ ବିଶ୍ୱାଳ ଙ୍କ ର ବୟାନ ରେକର୍ଡ କରିଥିବା ଜଣାପଡିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
