ଖୋର୍ଦ୍ଧା,(୨୧/୧୦)- ଖୋର୍ଦ୍ଧା ରିଜର୍ଭ ପୁଲିସ ଲାଇନ ଠାରେ ୬୬ତମ ପୁଲିସ ସ୍କୃତି ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଦେଶ ସୁରକ୍ଷା ଓ ଲୋକଶାନ୍ତି ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ପୁଲିସ ବିଭାଗର ବୀର ଶହୀଦ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା ।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା(ଆଇପିଏସ) ଙ୍କ ଅଧ୍ୟକ୍ଷତାରେ ପୁଲିସ କର୍ମଚାରୀମାନେ ଶହୀଦ ମାନଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କଲେ । ଶହୀଦମାନଙ୍କ ସାହସ, ଦେଶସେବା ଓ ତ୍ୟାଗ ସ୍ମରଣରେ ଦୁଇ ମିନିଟ୍ ନିରବତା ପାଳନ କରାଗଲା ।

ଏହି ଅବସରରେ ଏସ୍ପି ଶ୍ରୀ ଶର୍ମା ପୁଲିସ ବିଭାଗର ସେହି ସାହସିକ ଓ ନିଷ୍ଠାପୂର୍ଣ୍ଣ ସେବାର ପ୍ରଶଂସା କରି କହିଲେ ଯେ, ସମାଜରେ ଶାନ୍ତି, ଶୃଙ୍ଖଳା ଓ ଆଇନର ପାଳନ ପାଇଁ ପୁଲିସ ସଦା ସମର୍ପିତ ଅଛନ୍ତି । ସେ ସମସ୍ତଙ୍କୁ ଶହୀଦମାନଙ୍କ ଆଦର୍ଶ ଓ ଦେଶସେବାର ମନୋଭାବକୁ ଅନୁସରଣ କରି କାମ କରିବାକୁ ଆହ୍ବାନ ଦେଇଥିଲେ । ଶେଷରେ ସମସ୍ତ ପୁଲିସ କର୍ମଚାରୀ ସମାଜ ସେବା, ନିଷ୍ଠା ଓ ଇମାନଦାରୀ ସହ ଦେଶ ସେବା ଜାରି ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
