ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟପାଳଙ୍କ ଆଦେଶ ଅନୁଯାୟୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ସୂଚନାଯୋଗ୍ୟ, ଜମି ବିକ୍ରି ଦଲିଲ ପଞ୍ଜୀକରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଏବଂ ପରେ ୭ ହଜାର ଟଙ୍କା ଗ୍ରହଣ କରିବାବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଅଫିସ୍ ଚାମ୍ବରରୁ ଗିରଫ କରିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଘର ଓ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ହୋଇଥିଲା।ଲାଞ୍ଚ ମାମଲା ରେ ଗିରଫ ହୋଇ ଥିବା ପରେ କାର୍ଯ୍ୟାନୁଷ୍ଠାନ ନେଲେ ସରକାର। ଓଡିଶା ସରକାରଙ୍କ କର୍ମଚାରୀ ଆଚରଣ ନିୟମ ଉଲଂଘନ ମାମଲା ରେ କାର୍ଯ୍ୟାନୁଷ୍ଠାନ.
Subha Khabar is now on Whatsapp
Join and get latest news update delivered to you via whatsapp
Join Now
