୧୮ ନଂ ୱାର୍ଡ ପରିଦର୍ଶନ କଲେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରିଣୀ କାବେରୀ ମୁଦୁଲି


ଖୋର୍ଦ୍ଧା, ୭/୧୧: ଖୋର୍ଦ୍ଧା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରିଣୀ କାବେରୀ ମୁଦୁଲି ପୌର ପରିଷଦ ଅନ୍ତର୍ଗତ ୧୮ ନଂ ୱାର୍ଡ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ୱାର୍ଡର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଧବଳେଶ୍ୱରଙ୍କ ପୀଠ ମଧ୍ୟ ବିଧିବଦ୍ଧ ଭାବେ ପରିଦର୍ଶନ କରିଥିଲେ।
୧୮ ନଂ ୱାର୍ଡ କାଉନସିଲରଙ୍କ ପ୍ରତିନିଧି ବଦ୍ରିନାରାୟଣ ସାହୁଙ୍କ ଉପସ୍ଥିତିରେ ୱାର୍ଡର ରାସ୍ତାଘାଟ, ଡ୍ରେନେଜ୍ ବ୍ୟବସ୍ଥା, ଆଲୋକୀକରଣ ସମେତ ବିଭିନ୍ନ ମୌଳିକ ସମସ୍ୟା ଉପରେ ସେ ଆଲୋଚନା କରିଥିଲେ। ଏଥିସହିତ ୱାର୍ଡର ମହିଳା, ଯୁବକ ଓ ବରିଷ୍ଠ ନାଗରିକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିଥିଲେ। ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।


ଦୀର୍ଘ ଦିନର ବ୍ୟବଧାନ ପରେ ପୌର ପରିଷଦର ଜଣେ ଅଧିକାରୀଙ୍କ ଏଭଳି ୱାର୍ଡ ପରିଦର୍ଶନକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିବା ସହ ଏହାକୁ ପ୍ରଶଂସା କରିଛନ୍ତି। ଏହି ପରିଦର୍ଶନ ଦ୍ୱାରା ୱାର୍ଡର ଦୀର୍ଘଦିନର ସମସ୍ୟାଗୁଡ଼ିକର ସମାଧାନ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *