ଜମିକୁ ରାସ୍ତା ନଛାଡିବା ପ୍ରତିବାଦ ରେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ମହିଳା

ଖୋର୍ଦ୍ଧା, (15/11):-  ବୋଲଗଡ ବ୍ଳକ ବାଂକୋଇ ଦେଶ ଗ୍ରାମପଞ୍ଚାୟତ ବାଂକୋଇ ଗ୍ରାମରେ. ସୂଚନା ଅନୁଯାୟୀ ଉକ୍ତ ଗ୍ରାମ ର ପୁଷ୍ପଲତା ବଳିୟାରସିଂହ ବୁଧବାର ଜମିକୁ ରାସ୍ତା ନଛାଡିବା ଅଭିଯୋଗ କରି ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Advertisement

ଉକ୍ତ ଗ୍ରାମ ର 1651/1658 ପ୍ଳଟ ନମ୍ବର ରେ ପୁଷ୍ପଲତା ଙ୍କ ସମ୍ପତ୍ତି ରହିଛି କିନ୍ତୁ ତା ଆଗରେ ଥିବା ସରକାରୀ ଜମିକୁ ବାଂକୋଇ ଗ୍ରାମ ର କିଛି ଖଳ ପ୍ରକୃତ ବ୍ୟକ୍ତି ବିଶେଷ ଜବତ ଦଖଲ କରିବା କାରଣ ରୁ ପୁଷ୍ପଲତା ନିଜ ସ୍ଥିତିବାନ ଜମିକୁ ଯାଇପାରୁନାହାନ୍ତି।ଖାଲି ସମ୍ପତ୍ତି କୁ ଯାଇପାରୁନାହାନ୍ତି ନୁହେଁ ବରଂ ଜମିରେ ଥିବା ଆମ୍ବ,ଗୁଆ,ନଡ଼ିଆ ଭଳି ଅନେକ ଗଛ ଗୁଡିକ ଜବରଦସ୍ତ କରି ଭାଗିଂ ଦେଇଥିବା ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି।କିଭଳି ତାଙ୍କ ଜମି ଆଗରେ ଥିବା ସରକାରୀ ଯାଗାକୁ ଖେଳିଦେବା କାରଣ ରୁ ସ୍ଥିତିବାନ ଜମି ପର୍ଯ୍ୟନ୍ତ ପହଂଚି ପାରୁନଥିବା ସାଘାଂତିକ ଅଭିଯୋଗ କରିଛନ୍ତି ସେ।ଗ୍ରାମର କିଛି ମୁଷ୍ଟିମେୟ ଲୋକ ଙ୍କ ପ୍ରଭାବରେ ତାଙ୍କୁ ହଇରାଣ କରାଯାଉଛି ବୋଲି ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି। ଏହା ଦ୍ଵାରା ସେ ମାନସିକ ନିର୍ଯାତନା ପାଉଥିବା ସେ ଉଲ୍ଲେଖ କରିଛନ୍ତି।ତାଙ୍କ ସ୍ବାମୀ ବାହାରେ ଚାକିରୀ କରୁଥିବା ବେଳେ ଦୁଇ ପିଲା ବାହାରେ ପାଠ ପଢୁଛନ୍ତି ଘରେ ଶଯ୍ୟାଶାୟୀ ଶାଶୁଙ୍କ ସହ ଏକୁଟିଆ ରହୁଥିବା ବେଳେ କିଛି ବ୍ୟକ୍ତି ଜାଣି ଶୁଣି ହଇରାଣ କରିବା ଉଦ୍ଦେଶ୍ୟ ରେ ଏହିଭଳି କାର୍ଯ୍ୟ କରୁଥିବା ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି। ତୁରନ୍ତ ସ୍ଥିତିବାନ ଜମିକୁ ଚାଷ କରିବାକୁ ରାସ୍ତା ନଥିବାରୁ ଆଗରେ ଥିବା ସରକାରୀ ଜମିରୁ ରାସ୍ତା ଦେବା ସହ ଏହାର ସମାଧାନ ପାଇଁ ଜିଲ୍ଲାପାଳ ହସ୍ତକ୍ଷେପ କରନ୍ତୁ ବୋଲି ପୁଷ୍ପଲତା ନିବେଦନ କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *