ସିବିଏସଇ ମାଟ୍ରିକ ପରୀକ୍ଷାରେ ଟ୍ରିପଲ ଏ ର ସଫଳତା : ଶରଣ୍ୟା ବଳିଆରସିଂହ ୯୮ ପ୍ରତିଶତ ରଖି ସ୍କୁଲରେ ଟପର


ଖୋର୍ଦ୍ଧା, (୧୫/୪):-  ସିବିଏସଇ ମାଟ୍ରିକ ପରୀକ୍ଷା ଫଳରେ ଖୋର୍ଦ୍ଧାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରିପଲ ଏ ର ଛାତ୍ରଛାତ୍ରୀମାନେ ଅଭୁତପୂର୍ବ ସଫଳତା ହାସଲ କରିଥିବା ଦେଖୁବାକୁ ମିଳିଛି । ବିଦ୍ୟାଳୟର ପରୀକ୍ଷାଫଳ ଶତ ପ୍ରତିଶତ ହୋଇଥିବା ବେଳେ ୩୫ ପ୍ରତିଶତ ଛାତ୍ରଛାତ୍ରୀ ୯୦ ରୁ ଊର୍ଦ୍ଧ୍ଵ ପ୍ରତିଶତ ନମ୍ବର ରଖିଛନ୍ତି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଛାତ୍ରୀ ଶରଣ୍ୟା ବଳିଆରସିଂହ ଶତକଡା ୯୮ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି ।

Advertisement

ସୁଚନାଯୋଗ୍ୟ, କୁମାରୀ ଶରଣ୍ୟା ବିଶିଷ୍ଟ ଐତିହାସିକ ସତ୍ୟବାଦୀ ବଳିଆରସିଂହ ଓ ବିଶ୍ବାତ୍ମା ପ୍ରକାଶନୀର ସତ୍ବାଧିକାରିଣୀ ଶୈଳବାଳା ଦେବୀଙ୍କର ନାତୁଣୀ ତଥା ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ବଳିଆରସିଂହ ଓ ଭାରତୀୟ ଭାଷା ପ୍ରତିଷ୍ଠାନର ପୂର୍ବତନ ରିସୋର୍ସ ପର୍ସନ ଶୁଭ୍ରା ବଳିଆରସିଂହଙ୍କର ଜ୍ୟେଷ୍ଠା କନ୍ୟା। 

ପିଲାମାନଙ୍କର ଏହି ଅଭୁତପୂର୍ବ ସଫଳତା ପାଇଁ ବିଦ୍ୟାଳୟର ପ୍ରତିଷ୍ଠାତା, ଅଧ୍ୟକ୍ଷା , ପରିଚାଳନା କମିଟିର କର୍ମକର୍ତା, ଅଭିଭାବକ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ସାଧୁବାଦ ଜଣାଇଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *