ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ତଥା ପ୍ରବାଦ ପୁରୁଷ ଦିବସ ପାଳିତ


ଖୋର୍ଦ୍ଧା,୧୭ା୪: ନୂତନ ଓଡ଼ିଶାର ନିର୍ମାତା ହେଉଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ଭାରତୀୟ ରାଜନୀତିରେ ଜଣେ ସାହାସୀ ଓ ସ୍ୱାଭିମାନୀ ନେତା । ଓଡ଼ିଶା ମାଟିର ଜଣେ ସୁଯୋଗ୍ୟ ସନ୍ତାନ ।ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ପାଇଁ ତାଙ୍କର ଅବଦାନ ଅତୁଳନୀୟ ।ସେ କ୍ଷମତାରେ ଥାଆନ୍ତୁ ନଚେତ୍ ନଥାନ୍ତୁ ସର୍ବଦା ମହିଳା ଏବଂ ଯୁବପିଢୀଙ୍କ ନିମନ୍ତେ ବହୁ ପଦକ୍ଷେପ ନେଉଥିଲେ ।ଗାଁକୁ କାମ ଏବଂ ମା’କୁ ସମ୍ମାନ ଥିଲା ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ । ପଂଚାୟତରାଜ ବ୍ୟବସ୍ଥାକୁ ସୁଦୃଢ କରିବା ଥିଲା ତାଙ୍କର ପ୍ରଥମ ଲକ୍ଷ୍ୟ । ଯାହାକୁ ବିଜୁ ବାବୁଙ୍କ ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରି ଦେଖାଇଛନ୍ତି ।

Advertisement

ଆଜି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୨୯ତମ ଶ୍ରାର୍ଦ୍ଧବାର୍ଷିକୀ ଅବସରରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଆୟୋଜିତ ସ୍ମୃତିଚାରଣ ସଭାରେ ଅତିଥିଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ମତବ୍ୟକ୍ତ କରିଥିଲେ।


ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ପୌରହିତ୍ୟରେ ଆୟୋଜିତ ସ୍ମୃତିଚାରଣ ସଭାରେ ବିଜୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି ସ୍ମୃତିଚାରଣ ସଭାରେ ସାଂସଦ ପ୍ରାର୍ଥୀ କ୍ୟାପଟେନ୍ ମନ୍ମଥ ରାଉତରାୟ, ରାଜ୍ୟ ଯୁବ ବିଜେଡି ଉପ ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ସାହୁ,କାଉନ୍ସିଲର , ଅମୀୟ ମହାନ୍ତି,  ନାଗ ଭୂଷଣ ଜେନା,ଅନୀଲ ରାମ,ପ୍ରଶାନ୍ତ ସେଠୀ, ମୋନାଲିସା ସିଂ, ସୁଶାନ୍ତ ଜେନା, ପୂର୍ବତନ ପୌରାଧ୍ୟକ୍ଷ ସଞ୍ଜୟ ସିଂ,ପ୍ରତିନିଧି  ବଦ୍ରି ନାରାୟଣ ସାହୁ,ସାମାଜିକ ଗଣ ମାଧ୍ୟମ ପ୍ରତିନିଧି ବିରଞ୍ଚି ଜେନା ପ୍ରମୁଖ ଉପସ୍ଥିତ ରହି ବିଜୁ ବାବୁଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ର ଗୁଣଗାନ କରିଥିଲେ ।କାଉନସେଲର ପ୍ରବୀଣା ଜଗଦେବରାୟ  ଧନ୍ୟବାଦ ଅର୍ପଣ କରିଥିଲେ।

ପରେ ଏକ ବାଇକ ଶୋଭାଯାତ୍ର ରେ ସହର ପରିକ୍ରମା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ରୋଗୀଙ୍କୁ ଫଳ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ  ପୌର ପରିଷଦ ର ପ୍ରତ୍ୟେକ ୱାର୍ଡ ର ଶତାଧିକ ବିଜୁ ପ୍ରେମୀ ଓ ମିଶନ ଶକ୍ତି ମା ମାନେ ଯୋଗଦେଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *