ଅକ୍ଟୋବର ୨୮-୨୯ ପରିବର୍ତ୍ତେ ନଭେମ୍ବର ୪-୫ରେ ଆସିବେ ଦ୍ରୌପଦୀ ମୁର୍ମୁ
ବାରିପଦା, (ଶୁଭ ଖବର ): – ସମ୍ଭାବ୍ୟ ବାତ୍ୟାର ଆଶଙ୍କାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ଅକ୍ଟୋବର ୨୮ ଓ ୨୯ ତାରିଖ ପରିବର୍ତ୍ତେ ରାଷ୍ଟ୍ରପତି ନଭେମ୍ବର ୪ ଓ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ସଚିବାଳୟର ଟୁର୍ ସେକ୍ସନ ପକ୍ଷରୁ ଜାରି ଚିଠିରେ ଏନେଇ ସୂଚନା ଦିଆଯାଇଛି।

ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଦେଇ ଓଡ଼ିଶାର ରାଇରଙ୍ଗପୁର ଗସ୍ତ କରିଥାନ୍ତେ। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଏହି ଗସ୍ତକୁ ପୁନଃନିର୍ଦ୍ଧାରଣ କରାଯାଇଛି।
ଗସ୍ତର ସଂଶୋଧିତ ତାରିଖ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଅବଗତ କରାଯାଇଛି। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
