ଖୋର୍ଦ୍ଧା , (୨୪/୦୧):- ବେଗୁନିଆ ଥାନା ଗେଡିଆପଲ୍ଲୀ ଠାରେ ଘନ କୁହୁଡ଼ି ପାଇଁ ଟୁରିଷ୍ଟ ବସକୁ ଧକ୍କା ଦେଲା ହାଇୱା । ବସ ଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ବ୍ରହ୍ମଗିରି ଅଚଂଳରୁ ଏକ ଟୁରିଷ୍ଟ ବସ ଫତେଗଡ ସ୍ଥିତ ରାମ ମନ୍ଦିର ଦର୍ଶନ ପାଇଁ ଯାତ୍ରୀ ନେଇ ଯାଉଥିବା ବେଳେ ଗେଡିଆପଲ୍ଲୀ ଛକ ନିକଟରେ ସାମ୍ନା ପଟୁ ଆସୁଥିବା

ଏକ ବାଲି ବୋଝେଇ ହାଇଓ୍ବା ବସକୁ ଧକ୍କା ଦେଇଥିଲା । ଫଳରେ ବସର ଡ୍ରାଇଭର ସହ ୩ ଜଣ ଯାତ୍ରୀ ସାମାନ୍ଯ ଆହାତ ହେବା ସହ ବସଟି କ୍ଷତିଗ୍ରସ୍ତ ହୋଇଛି ।

ତେବେ ଘନ କୁହୁଡି ପାଇଁ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଧଳାପଥର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯାତ୍ରୀ ମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
