ପୋଡାଡିହ ରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା,(୨୮/୦୨);-  ବେଗୁନିଆ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ପୋଡାଡିହ ଠାରେ ଅଷ୍ଟମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦାଶରଥି ପ୍ରଧାନ ଙ୍କ ଆବାହକତ୍ୱ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ  ପ୍ରତିଭାରାଣୀ ମହାପାତ୍ର ଙ୍କ ଅଧ୍6ଅକ୍ଷତ ରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମ ରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ଜଣେ ଜଣେ  FLN ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ. I ଚଳିତ ବର୍ଷ ନୂଆକରି କାର୍ଯ୍ୟକାରୀ ହେବାକୁ ଥିବା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ର ବୋର୍ଡ ପରୀକ୍ଷା କିପରି ସରକାର ଙ୍କ ନିର୍ଦ୍ଦେଶ ମୁତାବକ ଶ୍ରେଣୀରେ କାର୍ଯ୍ୟକାରୀ ହେବ ତାହା ଆଲୋଚିତ ହୋଇଥିଲା ।   FLN କାର୍ଯ୍ୟକ୍ରମ କୁ ଅଧିକ ତ୍ୱରାନ୍ୱିତ କରିବାକୁ ପ୍ରଚେଷ୍ଟା ଜାରି ରଖିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଲୋଚନା କରିଥିଲେ. I କ୍ଲଷ୍ଟର ର ବରିଷ୍ଠ ପ୍ରଧାନ ଶିକ୍ଷକ  ସୁରେଶ ଚନ୍ଦ୍ର ସେଠି ଏବଂ  ନୀଳମଣି ପ୍ରଧାନ ପିଲା ମାନଙ୍କର ଶୈକ୍ଷିକ ଏବଂ ସହ ଶୈକ୍ଷିକ ଦିଗରେ ବିକାଶ ନିମନ୍ତେ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ପରିଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ  ପ୍ରଶାନ୍ତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *