ଘନ କୁହୁଡି ଯୋଗୁଁ ଘଟିଲା ଦୁର୍ଘଟଣା

ଖୋର୍ଦ୍ଧା , (୨୪/୦୧):- ବେଗୁନିଆ ଥାନା ଗେଡିଆପଲ୍ଲୀ ଠାରେ ଘନ  କୁହୁଡ଼ି ପାଇଁ ଟୁରିଷ୍ଟ ବସକୁ ଧକ୍କା ଦେଲା ହାଇୱା ।   ବସ ଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ବ୍ରହ୍ମଗିରି ଅଚଂଳରୁ ଏକ ଟୁରିଷ୍ଟ ବସ ଫତେଗଡ ସ୍ଥିତ ରାମ ମନ୍ଦିର ଦର୍ଶନ ପାଇଁ ଯାତ୍ରୀ ନେଇ ଯାଉଥିବା ବେଳେ ଗେଡିଆପଲ୍ଲୀ ଛକ ନିକଟରେ ସାମ୍ନା ପଟୁ ଆସୁଥିବା

Advertisement

ଏକ ବାଲି ବୋଝେଇ ହାଇଓ୍ବା ବସକୁ ଧକ୍କା ଦେଇଥିଲା । ଫଳରେ ବସର ଡ୍ରାଇଭର ସହ ୩ ଜଣ ଯାତ୍ରୀ ସାମାନ୍ଯ ଆହାତ ହେବା ସହ ବସଟି  କ୍ଷତିଗ୍ରସ୍ତ ହୋଇଛି ।

ତେବେ ଘନ କୁହୁଡି ପାଇଁ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଧଳାପଥର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯାତ୍ରୀ ମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *