ମିଳିତ ସାହିତ୍ୟ ସଂସଦର ସାମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ
ଲୋକାର୍ପିତ ହେଲା ପୁସ୍ତକ “ବାଃ ବାଃ ରେ ମଣିଷ”
ବେଗୁନିଆ,(୦୯/୧୧):- କଣ୍ଟାବାଡ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ମିଳିତ ସାହିତ୍ୟ ସଂସଦର ସାମ୍ବତ୍ସରିକ ଉତ୍ସବ ଐତିହାସିକ ସତ୍ୟବାଦୀ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ କିସ୍ ବିଶ୍ବ ବିଦ୍ୟାଳୟର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାତ୍ର, ମୁଖ୍ୟ ବକ୍ତା ଅଧ୍ୟାପକ ଡ ବୈରାଗୀ ଚରଣ ପଟ୍ଟନାୟକ, ସମ୍ମାନିତ ଅତିଥି ପ୍ରଧାନ ଆଚାର୍ଯ୍ୟ ମନରଞ୍ଜନ ପଣ୍ଡା, ଶିକ୍ଷାବିତ୍ ଶ୍ରୀବନ୍ତ ପ୍ରସାଦ ପାଣି ପ୍ରମୁଖ ଉପସ୍ଥିତ ଥିବା ବେଳେ ସଂପାଦକ ଅଖିଳେଶ ମହାପାତ୍ର ପରିଚାଳନା କରିଥିଲେ l ଅନୁଷ୍ଠାନର ସଭାପତି ସଂଗଠକ କବି ରାଜକିଶୋର ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ୮୧ ଜଣ କବି କବିତା ପାଠ କରିଥିବାବେଳେ ସମାଜସେବୀ ମାନସ ଦାସ, ଶ୍ରୀକାନ୍ତ ବାହିନୀ ପତି , ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର , ଦିଲୀପ ପାଣିଗ୍ରାହୀ ଓ ଶିଶୁ ମନ୍ଦିର ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ l ଦିବଂଗତ କବି ଲେଖକମାନଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l

କବି ରାଜକିଶୋର ପାଣିଗ୍ରାହୀଙ୍କ ପୁସ୍ତକ “ବାଃ ବାଃ ରେ ମଣିଷ” ଲୋକାର୍ପିତ ହୋଇଥିଲା l ଅତିଥି ମାନଙ୍କୁ ପ୍ରୀତି ଉପହାର ପ୍ରଦାନ ସହିତ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାହୁ, ଶିକ୍ଷାବିତ୍ ପରମାନନ୍ଦ ମହାପାତ୍ର, ଶିଳ୍ପୀ ରେହାନା ବେଗମ୍ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା l ସାହିତ୍ୟ ସମାଜକୁ ନୂତନ ଦିଗଦର୍ଶନ ଦେଇଥାଏ ଓ ସାହିତ୍ୟ ବିନା ସମାଜର ଅସ୍ତିତ୍ବ ନାହିଁ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ l ଶେଷରେ କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ
Subha Khabar is now on Whatsapp
Join and get latest news update delivered to you via whatsapp
Join Now
