ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ର ଶୁଭାରମ୍ଭ : ପୁରୁଷୋତ୍ତମ ଧାମ ଯାତ୍ରା କଲେ ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

ଖୋର୍ଦ୍ଧା, (17/3)ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ହିତର କାଠ ଦର୍ଶନ ଏବଂ ମହାପ୍ରସାଦ ସେବନ ନିମନ୍ତେ ପୁରୀ ଶ୍ରୀ ପୁରୁଷୋତ୍ତମ ଧାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଗୋଟି ବସ୍ ଯାତ୍ରା କରିଛନ୍ତି ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ।  ଜିଲ୍ଲାର ଦୁଇଗୋଟି ସ୍ଥାନରୁ ତଥା ରାଜ୍ୟ ସଦର ମହକୁମାର ବଡଗଡ କଲ୍ୟାଣ ମଣ୍ଡପ ଏବଂ ଜିଲ୍ଲା ସଦର ମହକୁମା ଓରମାସ କାର୍ଯ୍ୟାଳୟ ପରିସରରେ ତୀର୍ଥ ଯାତ୍ରୀ ମାନଙ୍କ ପୁରୀ ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ସୂ ବନ୍ଦୋବସ୍ତ କରାଯାଇଥିଲା l

Advertisement

ଖୋର୍ଦ୍ଧା ଠାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ପ୍ରଥମ ପର୍ଯ୍ୟାୟରେ ତୀର୍ଥ ଯାତ୍ରୀ ମାନଙ୍କ ପୁରୀ ଶ୍ରୀ କ୍ଷେତ୍ର ଧାମ ଆଗମନର ଶୁଭାରମ୍ଭ କରିଥିଲେ l ଖୋର୍ଦ୍ଧା ଠାରେ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପ ସଭାପତି, ଗୋପୀନାଥ ମହାରଣା,ବି ଡି ଓ, ଖୋର୍ଦ୍ଧା ସିଦ୍ଧାର୍ଥ ପଟ୍ଟନାୟକ, ନିଜାରତ ଅଧିକାରୀ ରିଶଭ ତ୍ରିପାଠୀ,ଜିଲ୍ଲା ପରିଚାଳିକା,ଓ ଏସ ଆର ଟି ସି, ଲିଯାଲିନ ସାହୁ, ଅତିରିକ୍ତ ପରିବହନ ଅଧିକାରୀ, ଖୋର୍ଦ୍ଧା , ଅରବିନ୍ଦ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହୀଆଲ ଯୋଗଦେଇଥିବା ବେଳେ ପର୍ଯ୍ୟଟନ ବିକାଶ ଅଧିକାରୀ ସୁସ୍ମିତା ପ୍ରଧାନ ପରିଚାଳନା କରିଥିଲେ l

ଖୋର୍ଦ୍ଧାରୁ ୪ ଗୋଟି ବସରେ ତୀର୍ଥ ଯାତ୍ରୀ ପୁରୀ ଗସ୍ତ କରିଥିବା ବେଳେ ଭୁବନେଶ୍ୱର ବଡଗଡ କଲ୍ୟାଣ ମଣ୍ଡପ ରୁ ୨ ଗୋଟି ବସରେ ତୀର୍ଥ ଯାତ୍ରୀ ପୁରୀ ଶ୍ରୀକ୍ଷେତ୍ର ଧାମ ଯାତ୍ରା କରିଛନ୍ତି l ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ  ରମେଶ ଚନ୍ଦ୍ର ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଉପଜିଲ୍ଲାପାଳ ଡ଼ଃ ମନୋରଞ୍ଜନ ସାହୁ ଯୋଗଦେଇଥିବା ବେଳେ ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ  ଅଞ୍ଜନ କୁମାର ବାରିକ ସମସ୍ତ କାର୍ଯ୍ୟ ପରିଚାଳନା କରିଥଲେ l ସମୁଦାୟ ୨୨୨ ତୀର୍ଥ ଯାତ୍ରୀ ୬ ଗୋଟି ବସରେ ଖୋର୍ଦ୍ଧା ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ସାମିଲ ହୋଇଛନ୍ତି l  ପୁରୀରେ ବୃନ୍ଦା ବତୀ ନିବାସ ରେ ସମସ୍ତ ରହଣି ଓ ଖାଦ୍ୟ ପେୟର ବ୍ୟବସ୍ଥା ହୋଇଅଛି ବୋଲି ସୂଚନା ଦେଇଛନ୍ତି ଅଧିକାରୀ,

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *