ସାନ୍ତାଳୀ ଭାଷାର ପ୍ରସିଦ୍ଧ ଲେଖିକା  ସ୍ବର୍ଗତ ସୁମିତ୍ରା ସୋରେନଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

‘କୋୟେଲ’ ନାମକ କ୍ଷୁଦ୍ର ଗଳ୍ପ ପାଇଁ ଗୌରବ

ବାରିପଦା:- ମୟୂରଭଞ୍ଜର ପ୍ରସିଦ୍ଧ ସାନ୍ତାଳୀ ଲେଖିକାଙ୍କୁ ମିଳିଛି ସାହିତ୍ୟ ଏକାଡେମୀ ପୁରସ୍କାର ।  ତେବେ ଜୀବିତ ଅବସ୍ଥାରେ ପୁରସ୍କାର ପାଇ ନଥିଲେ ହେଁ ଏବେ ପୁରସ୍କାର ପାଇଁ ତାଙ୍କ ପରିବାର ଓ ପ୍ରଶଂସକ ମଧ୍ୟରେ ଖୁସି ଖେଳିଯାଇଛି । କୋୟେଲ୍ ନାମକ କ୍ଷୁଦ୍ର ଗଳ୍ପ ଝାଡ଼ଖଣ୍ଡର ଜମସେଦପୁରରେ ପ୍ରକାଶିତ ସାନ୍ତାଳୀ ଗଳ୍ପ ସଙ୍କଳନ ପୁସ୍ତିକା ମିଦ୍ ବିର୍ନା ଛେନ୍ନେ ସାଓନ୍ ଇନାଗ୍ ସାଗାଇରେ ଏହା ସ୍ଥାନ ପାଇଥିଲା ।

Advertisement


ଏହି ପୁସ୍ତକ ପାଇଁ ସେ ୨୦୨୫ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କରିଛନ୍ତି ସାନ୍ତାଳୀ ଭାଷା ବିଭାଗରେ। ଯାହା ତାଙ୍କୁ ସାନ୍ତାଳୀ ସାହିତ୍ୟର ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇଛି । ସେ ୧୫ ଫେବୃଆରୀ ୧୯୭୦ରେ ବାରିପଦାର ଶ୍ରୀପଦଗଞ୍ଜରେ ପିତା  ସ୍ୱର୍ଗତ ଲୋକନାଥ ମାରାଣ୍ଡି ଏବଂ ମାତା ଦୁଲାରୀ ମାରାଣ୍ଡିଙ୍କ କୋଳମଣ୍ଡନ କରିଥିଲେ । ସେ ବିଏ ଉତ୍ତୀର୍ଣ୍ଣ ଏବଂ ଆଇଟିଆଇ (ଷ୍ଟେନୋଗ୍ରାଫି)ରେ ଟେକ୍ନିକାଲ୍ ଯୋଗ୍ୟତା ପ୍ରାପ୍ତ କରିଥିଲେ। ଏହା ବ୍ୟତୀତ ସେ ଓଲଚିକି ଲିପିରେ ସାନ୍ତାଳୀ ଭାଷାରେ ଯୁକ୍ତ ୨ ପାସ୍ କରିଥିଲେ । ସୁମିତ୍ରା ୨୦୨୩ ମସିହା ଜୁଲାଇ ୨୬ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କ ସ୍ବାମୀ ମଦନ ମୋହନ ସୋରେନ ବର୍ତ୍ତମାନ ବାରିପଦା ସ୍ଥିତ ଭାରତୀୟ ଜୀବନବୀମା କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ବ୍ୟତିତ ଏକମାତ୍ର ପୁଅ ହିମାଁଶୁ(୨୬) ଅଛନ୍ତି ।
ସୁମିତ୍ରା ସୋରେନଙ୍କ ଲିଖିତ ଅନ୍ୟ ପୁସ୍ତକ ମଧ୍ୟରେ ଗୁପି ଗିଦ୍ରାୱାଗ୍ କୁକମୁ (ଗଳ୍ପ ସଂକଳନ), ରେଙ୍ଗେଜ୍ ହୋରାଗ୍ ମେଦ୍ଦାଗ୍ (କବିତା)  ଅନ୍ୟତମ ।
ସାନ୍ତାଳୀ ଭାଷା ଓ ସାହିତ୍ୟର ବିକାଶ ପାଇଁ ତାଙ୍କର ପ୍ରୟାସ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ପୁରସ୍କାର ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଏହା ଭାଷା ସଂରକ୍ଷଣ ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ମଜବୁତ କରିଛି । ସୁମିତ୍ରା ପୂର୍ବରୁ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି, ଯେପରିକି ସାହିତ୍ୟ ଏକାଡେମୀର ସାନ୍ତାଳୀ କବିତା ସମାବେଶ ଆଦିରେ କବିତା ପାଠ କରିଛନ୍ତି। ତାଙ୍କର କେତେକ କବିତା ଅନଲାଇନ୍ ପ୍ଲାଟଫର୍ମରେ (ୟୁଟ୍ୟୁବରେ) ଉପଲବ୍ଧ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *