ଗୋରୁ ବୋଝେଇ କଣ୍ଟେନର ଓ ଅଟୋ ଜବତ୍; ୨୯ ଗୋରୁ ଉଦ୍ଧାର, ୪ଗିରଫ

ଖୋର୍ଦ୍ଧା,(୨୪ା୧୧): -ଶିଳ୍ପାଂଚଳ ଓ ସଦର ଥାନା ଅଂଚଳରୁ ପୁଲିସ ପୃଥକ ଭାବେ ଦୁଇଟି ସ୍ଥାନରୁ ଗୋରୁ ଗାଡି ଜବତ କରିଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ଡ୍ରାଇଭର ଉତରପ୍ରଦେଶ ସାହାରଣପୁର ର ସାରୁଖ୍ ମଲିକ ଓରଫ ସାରୁଖ୍ (୩୪), କଲିମ୍ ମଲ୍ଲିକ ଓରଫ କଲିମ୍ (୩୫) ଓ ମେହେଫୁଜ୍  ଖାନ୍ (୫୨) ଏବଂ ବେଗୁନିଆ କୁଶପଲ୍ଲା ର ଏସ୍କେ ନୌସାଦ୍ (୩୧) । ଗାଡି ଦୁଇଟି ରୁ ୨୯ଗୋରୁଙ୍କୁ ଉଦ୍ଧାର କରି ପୁଲିସ ଗୋସାଲାରେ ଛାଡିଛି । ଗୋରୁ ବୋଝେଇ ଏକ କଂଟେନର ଓ ଏକ ମିନିଡାଲା ଅଟୋକୁ ଜବତ କରିଛି ।


  ପୁଲିସ ସୂଚନା ଅନୁସାରେ, ଏକ ଗୋରୁ ବୋଝେଇ କଂଟେନର ଯାଉଥିବା ଖବର ପାଇ ପୁଲିସ ଗଡଖୋର୍ଦ୍ଧା ଛକ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ରେ ଅଟକାଇ ଯାଂଚ କରିଥିଲା । ଯାଂଚ ସମୟରେ ଚାଳକ ଗାଈ ପରିବହନ ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିବାରୁ ଚାଳକ ସାରୁଖ୍ ସହିତ କଲିମ୍ ଓ ମେହେଫୁଜ୍ ଙ୍କୁ ପୁଲିସ ୨୮୭/୨୫ ନଂ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisement

କଂଟେନର ଭିତରୁ ପୁଲିସ ୨୩ ଗୋରୁ ଉଦ୍ଧାର କରିଛି । ତନ୍ମଧ୍ୟରେ ୧୦ଟି ବଳଦ, ୧୨ଟି ଗାଇ ଓ ଗୋଟିଏ ମଇଁଷି ରହିଛି ।କଂଟେନର ଟି ଆନ୍ଧ୍ରପ୍ରଦେଶର ରାଜହୁମାଦ୍ରି ଠାରୁ କୋଲକାତାକୁ ଗାଈ କାଟିବା ଉଦେ୍ଦଶ୍ୟରେ ଯାଉଥିଲା ବୋଲି ପ୍ରାରମ୍ଭିକ ତଦନ୍ତରେ ପୁଲିସ ଜାଣିବାକୁ ପାଇଛି । ଉଦ୍ଧାର ବଳଦ, ଗାଈ ଓ ମଇଁଷିଙ୍କୁ ପ୍ରାଥମିକ ଚିକିସôା ପରେ ବୋଲାଗଡ଼ ଗୋଶାଳାରେ ଛଡାଯାଇଥିବା ପୁଲିସ ସୂଚନା ଦେଇଛି ।


  ସେହିପରି ସଦରଥାନା ପୁଲିସ ଆଜି ସକାଳେ ଗୁଡୁମ ଛକରୁ ଏକ ଡାଲା ଅଟୋରେ ଗୋରୁ ଚାଲାଣ ବେଳେ ଧରିବା ସହ ଡ୍ରାଇଭର କୁ ଗିରଫ କରି ୩୫୫/୨୫ ନଂ ମାମଲାରେ କୋର୍ଟଚାଲାଣ କରିଛି । ଗାଡିରୁ ୬ଗୋରୁ ଉଦ୍ଧାର କରି ଜଟଣୀ ଗୋସାଲାରେ ଛାଡିଥିବା ଜଣାଯାଇଛି । ବେଗୁନିଆରୁ ଶରଧାପୁର ଅଭିମୁଖେ ଏହି ଗୋରୁଙ୍କୁ ଅଣାଯାଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *