ନିଶାମୁକ୍ତ ଯୁବ ସମାଜ ନିମିତ୍ତ ଗଣଦୌଡ ଅନୁଷ୍ଠିତ

ଖୋର୍ଦ୍ଧା, (24/03):- ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଖୋର୍ଦ୍ଧା ପକ୍ଷରୁ ନିଶା ମୁକ୍ତ  ସମାଜ ଲକ୍ଷ୍ୟ ନେଇ ସ୍ୱାସ୍ଥ୍ୟ ପାଇଁ ଗୌଣ ଦୌଡ଼ ସଚେତନତା ଶୋଭାଯାତ୍ରା ଖୋରଧା ଷ୍ଟାଡିୟମ ନିକଟରୁ ଅନୁଷ୍ଟିତ ହୋଇଯାଇଛି l

Advertisement

ଶତାଧିକ ଯୁବକ ଏକାଠି ହୋଇ ଏଠାରୁ ଶୋଭାଯାତ୍ରା ରେ ବାହାରି ନୂଆ ବସଷ୍ଟାଣ୍ଡ ଦେଇ ଷ୍ଟାଡିୟମ ରେ ପରି ସମାପ୍ତି ହୋଇଥିଲା l ମଙ୍ଗି ଷ୍ଟାର୍ କ୍ଲବ, ସେବା ସଦନ, ନିଉ ଲାଇଫ ନିଶା ନିବାରଣ କେନ୍ଦ୍ର ସମେତ ବିଭିନ୍ନ କଲେଜ ଛାତ୍ର, ସ୍ୱେଚ୍ଛାସେବୀ, ଯୋଗ ଦେଇ ସମାଜରେ ସେବା ସୁରକ୍ଷା ଓ ସଂସ୍କାର ନିମିତ୍ତ ଏକ ସଚେତନତା ବାର୍ତ୍ତା ଦେଇ ଥିଲେ l

ଏହି କାର୍ଯ୍ୟକ୍ରମ ରେ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସହ ସମ୍ପାଦକ ସନ୍ତୋଷ ଶ୍ରୀଚନ୍ଦନ, ଅଭିମନ୍ୟୁ ଘଟୁଆଳ, ହୃଷୀକେଶ ବେହେରା, ରଶ୍ମି ରଞ୍ଜନ ମିଶ୍ର,  ଜିତେନ୍ଦ୍ର ବେହେରା, ଶୁଭେନ୍ଦୁ ସ୍ୱାଇଁ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଉଦିତ ପ୍ରହରାଜ, ସହ ସଂଯୋଜକ ଦିବ୍ୟପ୍ରକାଶ, ସତ୍ୟଜିତ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଯୁବ ସମାଜ ଦେଶ ର ଭବିଷ୍ୟତ। ଯୁବା ନିଶା ରୁ ପଥଭ୍ରଷ୍ଟ ହେଉଛନ୍ତି l ନିଶା ନାଶ କରିଦେବ l  ନିଶା ଠାରୁ ଦୂରେଇ ରୁହନ୍ତୁ ସୁସ୍ଥ ସମାଜ ଗଠନ ଏହାର ମୂଳ ଲକ୍ଷ୍ୟ ବୋଲି ସଚେତନତା ବାର୍ତ୍ତା ଦେଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *