ଖୋର୍ଦ୍ଧା,(୧୦/୧୧):- ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଡି. ଏଲ. ଇଡି. ପାଠ୍ୟକ୍ରମ ରେ ନୂତନ ଭାବେ ନାମ ଲେଖାଇ ଥୂବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ କରିବା ଓ ସେମାନଙ୍କୁ ପାଠ୍ୟକ୍ରମ ର ସ୍ବରୂପ ସମ୍ପର୍କରେ ଜଣାଇବା ପାଇଁ ଏକ ସପ୍ତାହ ବ୍ୟାପୀ ପ୍ରେରଣ ଓ ଆଭିମୁଖୀ କରଣ “ ଦୀକ୍ଷାରମ୍ଭ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ଅଧ୍ଯକ୍ଷ ଡ଼. ତାପସ କୁମାର ନାୟକ ଉଦଘାଟନ କରି ସମସ୍ତ ନବାଗତଙ୍କୁ ଫୁଲ ଓ ଚନ୍ଦନ ଲଗାଇ ସ୍ବାଗତ କରିଥିଲେ । ଅଧ୍ୟାପିକା ବୀଣାପାଣି ପାଢୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

ଅଧ୍ୟକ୍ଷ ଡ଼ ତାପସ କୁମାର ନାୟକ ନିଜର ଅଭିଭାଷଣରେ ପ୍ରାଚୀନ ଗୁରୁକୁଳ ସମୟର ଦୀକ୍ଷା ର ଗୁରୁତ୍ବ ଓ ଅନୁଷ୍ଠାନ ର ଉନ୍ନତି ଓ ବିକାଶରେ ଗୁରୁ-ଛାତ୍ର ଛାତ୍ରୀ ଙ୍କର ଦାୟିତ୍ଵ ସମ୍ପର୍କରେ କହିଥିଲେ । ଉତ୍ତମ ଶିକ୍ଷାର୍ଥୀ ଙ୍କର ଲକ୍ଷଣ, ବ୍ୟବହାର, ସଂସ୍କୃତି ସମ୍ପର୍କରେ ମଧ୍ୟ ଅବତାରଣ କରିବା ସହିତ ଅନୁଷ୍ଠାନର ଗାରିମା ବୃଦ୍ଧି କରିବାରେ ନବାଗତ ଶିକ୍ଷାର୍ଥୀଙ୍କ ଭୂମିକା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଠ ସାମ୍ବାଦିକ ତଥା ସଂସ୍କାରକ ପ୍ରଭାତ ପାଣିଗ୍ରାହୀ ଭାରତର ସଂସ୍କୃତି ଓ ସେଥ୍ରେ ଗୁରୁମାନଙ୍କର ଅବଦାନ ସମ୍ପର୍କରେ ବିଷାଦ ଆଲୋଚନା କରିଥିଲେ । ଗୁରୁ ଓ ଛାତ୍ରଛାତ୍ରୀଙ୍କ ସୁସମ୍ପର୍କ ଦ୍ବାରା ଏକ ନୂଆ ଭାରତ ଗଢା ଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହାପରେ ଅଧ୍ୟକ୍ଷ ଡ଼. ନାୟକ ସମସ୍ତ ନବାଗତ ଗୁରୁ ଛାତ୍ରଛାତ୍ରୀ ଙ୍କୁ ନିଜକୁ ଯୋଗ୍ୟ ଭାବେ ପ୍ରତିପାଦନ କରିବାକୁ ଶପଥ ପାଠ କରାଇ ଥିଲେ ।
ଏଥିରେ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ସୋମ୍ୟ ଦାସ, ରଶ୍ମିରେଖା ସ୍ବାଇଁ, ମୌସୁମୀ ମହାନ୍ତି, ଶିଖା ଶିଅଳ, ମୋନାଲିସା ପଣ୍ଡା, ମଞ୍ଜୁଳତା ହଂସଦା, ଅକ୍ଷୟ ମହାନ୍ତି, ଆୟେଶା ତନବୀର, ଦିପ୍ତି ପ୍ରଭା ଦାସ ଏହି ଉତ୍ସବକୁ ପରିଚାଳନା କରିଥିଲେ । ମହେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
