ଦାସ ବେନହୁର ଓ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି  ପାଇବେ ପ୍ରାଣନାଥ ସ୍ମୃତି  ଓ ମଞ୍ଜରୀ ସାହିତ୍ୟ ସମ୍ମାନ

ଖୋର୍ଦ୍ଧା,(୨୪/୧୨): –ଆସନ୍ତା ନବବର୍ଷ ରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସାମ୍ବତ୍ସରିକ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଜିତେନ୍ଦ୍ର ପ୍ରସାଦ ଦାସ ଓରଫ ଦାଶବେନହୁର ପ୍ରାଣନାଥ ସ୍ମୃତି ସଂମ୍ମାନ ଓ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଙ୍କୁ ମଞ୍ଜରୀ ସାହିତ୍ୟ ସମ୍ମାନ ପାଇଁ ମୋନୋନିତ କରାଯାଇଛି l ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ତଥା ପୂର୍ବତନ ଛାତ୍ର ସଂସଦର ସଭାପତି ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ବାସ ଭଵନରେ ପୁରାତନ ଛାତ୍ର ମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଉପରୋକ୍ତ ସମ୍ମାନ ପ୍ରଦାନ ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା l ଏହାସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ଜଷ୍ଟିସ ଗିରିଜା ଶଙ୍କର ମହାପାତ୍ର, ଶିକ୍ଷାବିତ ନିରଞ୍ଜନ ମହାନ୍ତି, ପ୍ରଶାସନିକ ଅଧିକାରୀ ସ୍ନିଗ୍ଧା ଚମ୍ପତିରାୟ, ବରିଷ୍ଠ ସିନେ ସାମ୍ବାଦିକ ଦିଲ୍ଲୀପ ହାଲି, କଳା ଓ ସଂସ୍କୃତି ନିମନ୍ତେ ଶ୍ରୀକାନ୍ତ ପଟ୍ଟନାୟକ, ଓଡିଶା ଅଲମ୍ପିକ ଆସୋସିଏସନ ର ସଭାପତି ସମୀର ମହାନ୍ତି, ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ  ପ୍ରମୁଖଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି l

Advertisement

ଏହି ସଭାରେ ଆଲୁମୁନି ସଙ୍ଘର ସମ୍ପାଦକ ପୂର୍ବତନ ଆରକ୍ଷୀ ଅଧିକ୍ଷକ ଦେବପ୍ରସାଦ ମଜୁମଦାର ଓ  ଛାତ୍ର ସଂସଦର ଅନେକ ସଭ୍ୟ ଉପସ୍ଥିତ ଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *