ତୃତୀୟ ଲିଙ୍ଗୀ ଚିହ୍ନଟ ଏବଂ ଆଚରଣ ଗତ ସମସ୍ୟାର ସମାଧାନ ନିମନ୍ତେ ଶିଶୁଯତ୍ନ ଅନୁଷ୍ଠାନର କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ
ଖୋର୍ଦ୍ଧା,(୨୪/୧୦):- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ତୃତୀୟ ଲୀଙ୍ଗି ଟ୍ଚିହ୍ନଟ ଏବଂ ଆଚରଣଗତ ପରିବର୍ତ୍ତନର ମୁକାବିଲା ପାଇଁ ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ମାନଙ୍କୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ତୃତୀୟଲିଙ୍ଗି କଲ୍ୟାଣ ଟ୍ରଷ୍ଟର ସଚିବ ମେଘ୍ନା ସାହୁ ତୃତୀୟ ଲୀଙ୍ଗୀ ପିଲାମାନଙ୍କୁ କିପରି ଚିହ୍ନଟ କରିବେ ଏବଂ ଏହାର ଲକ୍ଷଣ କ’ଣ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ତୃତିୟଲିଙ୍ଗି ପିଲାମାନଙ୍କ ପାଇଁ କ’ଣ ବ୍ୟବସ୍ଥା ରହିବା ଆବଶ୍ୟକ ସେ ବିଷୟରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l

ସେହିପରି ଚିକିତ୍ସା ମନସ୍ତତ୍ତ୍ୱବିତ୍ ନିବେଦିତା ମହାନ୍ତି ଟ୍ରାନ୍ସଜେଣ୍ଡର ପିଲାମାନଙ୍କ ସହିତ କିପରି ବ୍ୟବହାର କରିବେ ସେ ବିଷୟରେ ଏକ ଅଧିବେଶନ ନେଇ ଆଚରଣଗତ ପରିବର୍ତ୍ତନ କ’ଣ ଘଟେ ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କି କି ସେବାର ଆବଶ୍ୟକତା ଅଛି ତାଲିମ ପ୍ରଦାନ କରିଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ସମସ୍ୟା ଏବଂ ସେଗୁଡିକୁ କିପରି ସମାଧାନ କରାଯାଇ ପାରିବ ସେ ସମ୍ବନ୍ଧରେ ଶିଶୁ ଯତ୍ନ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଅବଗତ କରାଇ ଥିଲେ l
ଆଜିର ଏହି କର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୪ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ l ଖୋର୍ଦ୍ଧା ଜିଲ୍ଲାରେ ଥିବା ଏହି ୧୪ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ରେ ପ୍ରାୟ ୩୦୦ ପିଲା ରହୁଛନ୍ତି ଯେଉଁମାନେ ବିଭିନ୍ନ ଆଚରଣଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେଉଁଥିପାଇଁ ଆଜିର ଏହି କର୍ମଶାଳା ଆୟୋଜନ କରାଯାଇ ଥିଲା l ଜିଲ୍ଲା ଶିଶୁ ସୁରକ୍ଷା ଶାଖା, ଖୋର୍ଦ୍ଧା ସଦସ୍ୟା ମନସ୍ଵିନୀ ମହାପାତ୍ର ପ୍ରଶିକ୍ଷଣ କର୍ମଶାଳା ସଂଯୋଜନା କରିଥିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
