ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ଵାରା ବେଟି ବଚାଓ ବେଟି ପଢ଼ାଓ କାର୍ଯକ୍ରମ ଅନୁଷ୍ଠିତ

ଖୋର୍ଦ୍ଧା,(୨୪/୧୦ ): – ଖୋର୍ଦ୍ଧା ସଦର ବ୍ଳକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ କିଶୋରୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମିତ୍ତ ସେମାନଙ୍କର ସାମାଜିକ , ଅର୍ଥନୈତିକ ଅଭିବୃଦ୍ଧି , ସରକାରଙ୍କର ବିଭିନ୍ନ ମହିଳା ସଶକ୍ତି କରଣ କାର୍ଯ୍ୟ କ୍ରମରେ ରାଜନୈତିକ ଭାଗିଦାରୀ ଓ ଉନ୍ନତି ନିମନ୍ତେ କର୍ମଶାଳା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି l


କାର୍ଯକ୍ରମରେ  କାର୍ଯ୍ୟକ୍ରମ ପରିଚାଳିକା ଖୋର୍ଦ୍ଧା ସୌଦାମିନୀ ଦାସ, ଜିଲ୍ଲା ସଂଯୋଜିକା ମହିଳା ସଶକ୍ତି କରଣ ସମିତା ମହାନ୍ତି, ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଅଜୟ କୁମାର ବେହେରା, ଡେପୁଟି ଚିଫ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଫୁଲ୍ଲ ଜେନା , ଆର୍ଥିକ ସାକ୍ଷରତା ସଂଯୋଜକ ବିକାଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଜିଲାସ୍ତରରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅଧିକାର, ସାମାଜିକ ଓ ରାଜନୈତିକ ଅଧିକାର ବିଷୟରେ ଏହି କାର୍ଯକ୍ରମ ଜାରି ରହିଥିବା ବେଳେ ବ୍ୟାଙ୍କ୍ର ବିଭିନ୍ନ ସ୍କିମ, ଓ ବୀମା ବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ  ଡେପୁଟି ଚିଫ୍  ଆର୍ଥିକ ସାକ୍ଷରତା କହିଲେ କଣ ବୁଝାଯାଏ ଏବଂ ମହିଳା ମାନେ କିପରି ନିଜକୁ ଏଥିରେ ସାମିଲ କରି ଆଗକୁ ଆଗକୁ ବଢ଼ିବେ ସେ ସମ୍ବନ୍ଧରେ ପୁଙ୍ଖନୁପୁଙ୍ଖ ଆଲୋଚନା କରିଥିଲେ ।ସେହିପରି ରୋଜଗାର, ଖର୍ଚ୍ଚ, ସଞ୍ଚୟ ଉପରେ ମହିଳା ମାନଙ୍କ ଗୁରୁ ଦାୟିତ୍ଵ ରହିଛି ବୋଲି ବୁଝାଇ ଥିଲେ। ଅଗ୍ରଣୀ ବ୍ୟାଙ୍କ ପରିଚାଳକ ବ୍ୟାଙ୍କ୍ର ସମସ୍ତ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବିମା ଯୋଜନା, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁକନ୍ୟା ଯୋଜନା ଆଦି ବିଷୟରେ ଆଲୋଚନା କରିଥିଲେ। ଉପସ୍ଥିତ ଶିକ୍ଷକ, ଶିକ୍ଷୟତ୍ରୀ, ଅଙ୍ଗନୱାଡ଼ି କର୍ମୀ, ଆଶା ଓ ଉପସ୍ଥିତରେ କିଶୋରୀ ବାଳିକା ମାନେ ନିଜ ନିଜର ଅନୁଭୂତି ସୁନ୍ଦର ଭାବରେ ଉପସ୍ଥାପନ କରି ଉପୁଜୁଥିବା ସମସ୍ୟା ଓ  ନିରାକରଣ ସମ୍ପର୍କରେ ଅତିଥି ମାନଙ୍କୁ ପଚାରି ବୁଝିଥିଲେ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *