ଖୋର୍ଦ୍ଧା,(୨୪/୧୦):- ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଧଳାପଥର ପଞ୍ଚାୟତ କୋଦୁଅବେରଣୀ ଗ୍ରାମରେ ନବ ନିଯୁକ୍ତ ଶିଳ୍ପ ବିକାଶ ଅଧିକାରୀ ଶ୍ମୋନାଲିସା ମିଶ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି। ଅଞ୍ଚଳର ବରିଷ୍ଠ ଟେରାକୋଟା ଶିଳ୍ପୀ ଦେବେନ୍ଦ୍ର ମୁଦୁଲିଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ ଶିଳ୍ପୀ ସଂଘ ସଂଯୋଜକ କଳ୍ପତରୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ଗ୍ରାମର ଅନ୍ୟ ଟେରାକୋଟା ଶିଳ୍ପୀ ମାନେ ଏକତ୍ରିତ ହୋଇ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ଏହି ଅବସରରେ ଶ୍ରୀମତୀ ମିଶ୍ର ବେଗୁନିଆ ବୋଲଗଡ଼ ଶିଳ୍ପୀ କାରିଗର କଳାକାର ମାନଙ୍କ ପ୍ରତି ଦୀର୍ଘଦିନ ଧରି ହୋଇ ଆସୁଥିବା ସରକାରୀ ଉଦାସୀନତାର କାରଣକୁ ଅନୁଧ୍ୟାନ କରିଥିଲେ । ଆଗାମୀ ଦିନରେ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ଯୋଜନା କିଭଳି ପ୍ରକୃତ କାରିଗର ମାନଙ୍କ ନିକଟରେ ପହଞ୍ଚି ପାରିବ ସେଥିପ୍ରତି ଯୋଜନବଦ୍ଧ ଭାବେ କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଆଗାମୀ ଦିନରେ ପ୍ରତି ପଞ୍ଚାୟତ ସ୍ତରକୁ ଗ୍ରସ୍ତକରି ଶିଳ୍ପୀ କଳାକାର ମାନଙ୍କୁ ସଚେତନ କରାଇବା ପାଇଁ ସେ ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ । ଶିଳ୍ପୀ ସଂଘ ସଂଯୋଜକ କଳ୍ପତରୁ ପଣ୍ଡା ଶ୍ରୀମତୀ ମିଶ୍ରଙ୍କର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଦୀର୍ଘ ଦିନ ପରେ ବେଗୁନିଆ ବୋଲଗଡ଼ ଅଞ୍ଚଳକୁ ଏହି ଭଳି ଦକ୍ଷ କର୍ତ୍ତବ୍ୟ ପରାୟଣ ଅଧିକାରୀ ଯୋଗଦେଇଥିବାରୁ ଶିଳ୍ପ ନିର୍ଦ୍ଦେଶାଳୟକୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିଳ୍ପୀ ସଂଘ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରକାଶ ମୁଦୁଲି ଧନ୍ୟବାଦ୍ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
