ଖୋର୍ଦ୍ଧା,(୨୪ା୧୦): ଖୋର୍ଦ୍ଧା ଉପକଣ୍ଠ ଉଇଲକିଶନ ନଗର ସ୍ଥିତ ଏକ ଖବରକାଗଜ କାର୍ଯ୍ୟାଳୟ ଆଗରୁ ଏକ ବାଇକ କୁ କେଉଁ ଦୁବୃର୍ତ ଚୋରି କରିନେଇଛନ୍ତି । ଏନେଇ ଗାଡି ମାଲିକ ତଥା ସାମ୍ବାଦିକ ମନୋରଞ୍ଜନ ପ୍ରଧାନ ଶିଳ୍ପାଂଚଳ ଥାନାରେ ଅଭିଯୋଗ କରିଛନ୍ତି ।

ମନୋରଞ୍ଜନ ଏକ ଦୈନିକ ଖବର କାଗଜରେ କାମ କରୁଥିବାବେଳେ ଗତକାଲି ରାତିରେ ନିଜ ଗାଁରେ କରିଥିବା ଅଫିସ ଆଗରେ ଗାଡି ରଖି ଭିତରେ କାମ କରୁଥିବା ବେଳେ ଏ ଘଟଣା ଘଟିଛି ଦୁବୃର୍ତ୍ତ । ସେଦିନ ରାତିରେ ଗାଡ଼ି ବାହାରେ ରଖି ଅଫିସ ରେ ସୋଇଥିଲେ ସେ । ମୋଟର ସାଇକଲ ଓଆର.୦୨ବିୟୁ୍ୟ-୯୨୧୨ ନଂ ବିଶିଷ୍ଠ ଏକ ବାଇକ୍ କୁ କେହି ଦୁବୃର୍ତ ରାତିରେ ଚୋରି କରିନେଇଛି । ସକାଳୁ ଅଫିସ ଆଗରେ ଗାଡି ନଦେଖି ଏଣେତେଣେ ଖୋଜି ନପାଇବାରୁ ଶେଷରେ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଉପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
