ଖୋର୍ଦ୍ଧା,(୧୨/୦୧):- ବ୍ଲୁ ବାର୍ଡ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଗୁରୁଜଙ୍ଗ ଖେଳ ପଡିଆ ଠାରେ ୧୩ ତମ ବିବିସିସି ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତର ଖୋର୍ଦ୍ଧା, କୁମାରବସ୍ତ ଓ ବିବିସିସିର ଦୁଇଟି ଅଂଶ ଗ୍ରହଣ କରିଥିଲେ।

ପ୍ରଥମ ମ୍ୟାଚ ଉତ୍ତର ଖୋର୍ଦ୍ଧା ଓ କୁମାରବସ୍ତ ମଧ୍ୟରେ ହୋଇଥିଲା। ଏଥିରେ କୁମାରବସ୍ତ ବିଜୟ ହୋଇ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଦ୍ବିତୀୟ ମ୍ୟାଚ ଗୁରୁଜଙ୍ଗର ବ୍ରିଜେଶ ଟାଇଗର ଓ ଅବ୍ୟକ୍ତ ଲାୟନ୍ସ ମଧ୍ୟରେ ହୋଇଥିଲା। ଅବ୍ୟକ୍ତ ଲାୟନ୍ସ ଏଥିରେ ବିଜୟ ହୋଇ କୁମାରବସ୍ତ ସହ ଫାଇନାଲ ଖେଳିଥିଲେ । ଚିତ୍ତାକର୍ଷକ ଫାଇନାଲ ମ୍ୟାଚରେ କୁମାରବସ୍ତ ବିଜୟ ଘୋଷିତ ହୋଇଥିଲେ।

ଆଜି ମ୍ୟାଚରେ ଅତିଥି ଭାବେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ବିବିସିସିର ବରିଷ୍ଠ ସଦସ୍ୟ ରାଜେନ୍ଦ୍ର କୁମାର ସାହୁ, ଓସିଏର କୋଷାଧ୍ୟକ୍ଷ ବିକାଶ ପ୍ରଧାନ, କୁଞ୍ଜବିହାରୀ ବଡ଼ଜେନା, ରାମଚନ୍ଦ୍ର ସାମନ୍ତରାୟ ଓ ପୂର୍ବତନ କ୍ରିକେଟର ମଳୟେଶ ପ୍ରଧାନ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ଭଲ ଖେଳ ପ୍ରଦର୍ଶନ କରିଥିବା ଖେଳାଳୀ ମାନଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ। ଶେଷରେ ସମସ୍ତ ଖେଳାଳିଙ୍କୁ ସତ୍ୟଶଙ୍କର ରାଉତରାୟ ପ୍ରୀତି ଉପହାର ପ୍ରଦାନ କରିଥିଲେ। ଆଜିର ମ୍ୟାଚକୁ ସୁଧୀର ସାହୁ, ରବିନାରାୟଣ ରାଉତରାୟ,ଦୁଃଶାସନ ବେହେରା ବିଶ୍ବଜିତ ମହାନ୍ତି ଓ ସୂର୍ଯ୍ୟ ନାରାୟଣ ମହାନ୍ତି ପରିଚାଳନା କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
