ଖୋର୍ଦ୍ଧା,୨ା୯: ମଙ୍ଗଳବାର ସକାଳୁ ବଜ୍ରପାତରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଛି । ମୃତକ ହେଲେ ସ୍ଥାନୀୟ ନବୀନାବାଗ ଅଂଚଳ ର ଲେନିନ ପାଇକରାୟ (୨0) । ସୂଚନା ଅନୁସାରେ, ଆଜି ସକାଳୁ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା ।

ଲେନିନ୍ ଘର ଦୁଆରମୁଁହରେ ସକାଳୁ ବସିଥିବାବେଳେ ବଜ୍ରପାତ ରେ ହଠାତ ଆହତ ହୋଇଥିଲେ । ସଂଗେ ସଂଗେ ତାଙ୍କ ମୁଁହରୁ ରକ୍ତବାନ୍ତି ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ମେଡିକାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଲେନିନ୍ ଜଣେ ପରୋପକାରୀ, ଉଦୀୟମାନ ଯୁବକଭାବେ ପରିଚିତ ଥିଲେ । ସେ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ବହୁ ବିକାଶ ମୂଳକ କାର୍ଯ୍ୟ ରେ ସାମିଲ ହୋଇ ସମସ୍ତଙ୍କ ହୃଦୟ ଜିତିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକ ର ଛାୟା ଖେଳିଯାଇଛି ।
ପ୍ରକାଶଥାଉକି, ଲେନିନ ବାପା ମାଆଙ୍କ ର ଏକମାତ୍ର ପୁଅ ହୋଇଥିବାବେଳେ ଗତ ୪ମାସ ତଳେ ବାପା ଲକ୍ଷ୍ମୀନାରାୟଣ ପାଇକରାୟଙ୍କର ମୃତ୍ୟୁ ହୋଇଥିଲା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
