ଆଜି ରକ୍ଷା ବନ୍ଧନ: ମିଠା ଦୋକାନରେ ଭିଡ
ଦୁଇ ଶହରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ମିଳୁଛି ମିଠା

ବିଭିନ୍ନ ଦୋକାନରେ ମିଳୁଛି :
କାଜୁ ମିଠା, କାଜୁ ପାନ,ମିଲ୍କ କେକ, ରାଜଭୋଗ, ମାୱା, ଷ୍ଟ୍ରବେରୀ, ସରଗୋଲା, ଛେନାଝିଲି, ଗୁଲାପଜାମ୍ମୁ, ବେଶନ ଲଡୁ, ମୋତିଚୁର ଲଡୁ, ରାନୀ ଚମଚମ, ଫୁ୍ରଟମଲାଇ ରୋଲ, କାଜୁ ବରଫି, ଷ୍ଟିମକେକ୍, ମେଲେଇ ଚମ୍ ଚମ, ସୀତା ଭୋଗ,ରସାବଳୀ ମିଠାର ବଢୁଛି ଚାହିଦା

ଖୋର୍ଦ୍ଧା: – ଶନିବାର ପବିତ୍ର ରକ୍ଷା ବନ୍ଧନ । ଭାଇ ଭଉଣୀ ର ସମ୍ପର୍କକୁ ଅଧିକ ଦୃଢ କରିଥାଏ ଏହି ଦିନ । ଭାଇ ର ଶୁଭମନାସୀ ଭଉଣୀ ତାର ହାତରେ ରାକ୍ଷୀ ବାନ୍ଧିଥାଏ । ଏହା ବଦଳରେ ଭାଇ ମଧ୍ୟ କିଛି ଉପହାର ଭଉଣୀକୁ ଦେଇଥାଏ । କିନ୍ତୁ ବାସ୍ତବରେ ଭଉଣୀର ସୁରକ୍ଷା ପ୍ରତି ଭାଇର ପ୍ରତିଶୃତି ବଦ୍ଧତାକୁ ଏହା ବୁଝାଇଥାଏ । ଏହି ନିଆରା ପର୍ବ ପାଇଁ ରହି ଆସିଥିବା ଦୀର୍ଘ ଦିନର ପ୍ରତୀକ୍ଷା ଆଜି ଶେଷ ହେବ । ଦୂରଦୂରାନ୍ତରେ ରହୁଥିବା ଭାଇମାନଙ୍କ ପାଖକୁ ପଠାଇବା ଲାଗି ଭଉଣୀମାନେ ମାସକ ଆଗରୁ ରାକ୍ଷୀ କିଣିଥିଲେ । ରାକ୍ଷୀ ସିଲେକ୍ସନ ପ୍ରସ୍ତୁତି ଏକପ୍ରକାର ଶେଷ ହୋଇଥିଳେ ହେଁ ଶୁକ୍ରବାର ଖୋର୍ଦ୍ଧା ଓ ଏହାର ଆଖପାଖ ବହୁ ସିଜିନ ସେଂଟର ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସେହିପରି ସହରର ବିଭିନ୍ନ ମିଠା ଦୋକାନରେ ମଧ୍ୟ ଭିଡ ବେଶ ପରିଲକ୍ଷିତ ହୋଇଥିଲା ।ଏହା ବ୍ୟତୀତ ଭଉଣୀମାନଙ୍କୁ ଉପହାର ଦେବା ଲାଗି ଭାଇମାନେ ଗିଫ୍ଟ ଦୋକାନ ଓ ଆର୍ଚିସ ସେଂଟରରୁ ବିଭିନ୍ନ ଆଇଟମ କିଣୁଥିବା ଦେଖାଯାଇଛି ।

Advertisement


  ରାକ୍ଷୀ ପୂର୍ଣ୍ଣମାରେ ଭାଇ ହାତରେ ଏହି ସମ୍ପର୍କର ଡୋରି କୁ ବାନ୍ଧିବା ପରେ ଭଉଣୀ ମିଠା ଖୁଆଇଥାଏ ।ଏଣୁ ଏହିଦିନ ବିଭିନ୍ନ ଭେରାଇଟି ମିଠାର ବେଶ ଚାହିଦା ରହିଥାଏ । ଏହାକୁ ଦୃଷ୍ଟିରେ ରଖି ମିଠା ଦୋକାନୀମାନେ ମଧ୍ୟ ବିଭିନ୍ନ ପ୍ରକାର ଭଳିକି ଭଳି ଦେଶୀ ଓ ବିଦେଶୀ ମିଠାର ପସରା ଖୋଲି ବସିଛନ୍ତି । ସେହିପରି ମିଠା ଦର ମଧ୍ୟ ପୂର୍ବାପେକ୍ଷା ଟିକେ ବଢିଥିବା ଦେଖାଯାଇଛି । ଶନିବାର ଏହି ଦର ଆଉ ବଢିପାରେ ବୋଲି କିଛି ମିଠା ଦୋକାନୀଙ୍କ ସୂତ୍ରରୁ ଜଣାଯାଇଛି । ବଡ ବଡ ମିଠା ଦୋକାନରେ ରାକ୍ଷୀ ପାଇଁ ସ୍ପେଶାଲ ମିଠା ଉପଲବ୍ଧ ହୋଇଥିବା ଦେଖାଯାଇଛି ।


  କାଜୁ ମିଠା, କାଜୁ ପାନ,ମିଲ୍କ କେକ, ରାଜଭୋଗ, ମାୱା, ଷ୍ଟ୍ରବେରୀ, ସରଗୋଲା, ଛେନାଝିଲି, ଗୁଲାପଜାମ୍ମୁ, ବେଶନ ଲଡୁ, ମୋତିଚୁର ଲଡୁ, ରାନୀ ଚମଚମ, ଫୁ୍ରଟମଲାଇ ରୋଲ, କାଜୁ ବରଫି, ଷ୍ଟିମକେକ୍, ରସାବଳୀ, ପ୍ରଭୃତି ବିଭିନ୍ନ ପ୍ରକାର ମିଠା ବଜାରରେ ଉପଲବ୍ଧ ହେଉଛି ।ମିଠାର ଦର ଦୁଇଶହରୁ ଆରମ୍ଭ କରି ହଜାରେ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥିସହିତ କେତେକ ମିଠା ଦୋକାନରେ ରାକ୍ଷୀ ସ୍ପେଶାଲ ମିଠା ପ୍ୟାକେଟ ପ୍ରସ୍ତୁତ କରାଯାଇଛି । ପ୍ୟାକେଟ ଉପରେ ରାକ୍ଷୀର ଶୁଭେଛା ସହ ନିଜ ବ୍ୟବସାୟିକ ପ୍ରତିଷ୍ଠାନର ଲୋଗୋ ଲଗାଯାଇଥିବା ଦେଖାଯାଇଛି । ଉକ୍ତ ପ୍ୟାକେଟ ମଧ୍ୟରେ ୧କେଜି ଓଜନର ମିଠା ରଖାଯାଇଥିବାବେଳେ ୨୨୦ ଟଙ୍କାରୁ ୮ଶହ ଟଙ୍କା ପର୍ଯ୍ୟନ୍ତ ଏହାକୁ ବିକ୍ରୀ କରୁଥିବା ବ୍ୟବସାୟୀ ପ୍ରକାଶ କରିଛନ୍ତି । ପଲିଥିନ ରେ ମିଠାକୁ ବାନ୍ଧି କାଗଜ ପୁଡିଆରେ ନେବା ଅପେକ୍ଷା ଗ୍ରାହକମାନେ ରାକ୍ଷୀ ସ୍ପେଶାଲ ମିଠା ପ୍ୟାକେଟ ନେବାକୁ ବେଶୀ ଆଗ୍ରହ ଦେଖାଉଥିବା ମିଠା ବ୍ୟବସାୟୀ ବିଜଚିତ୍ରାନନ୍ଦ ବେହେରା ପ୍ରକାଶ କରିଛନ୍ତି ।


  ଏହାବ୍ୟତୀତ ରକ୍ଷାବନ୍ଧନ ଯୋଗୁ ମିଠା ସହ କିଛି ସ୍ନାକ୍ସ ଆଇଟମ କୁ ନେଇ ଶୋଲ ପ୍ୟାକେଟ ମଧ୍ୟ କରାଯାଉଛି । ଯାହାର ଦାମ ଦେଢଶହ ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଗ୍ରାହକ ମିଠା ନେବା ସହ ଶୋଲ ପ୍ୟାକେଟକୁ ନେଉଥିବା ଦେଖାଯାଇଛି । କଂଟାଛକର ମିଠା ବ୍ୟବସାୟୀ ପବିତ୍ର ମୋହନ ବେହେରାଙ୍କ କହିବା କଥା ଗତ ଦୁଇବର୍ଷ ହେବା କରୋନା କଟକଣା ଯୋଗୁ ବ୍ୟବସାୟ ମାନ୍ଦା ରହିଥିଲା । ମାତ୍ର ଚଳିତ ବର୍ଷ କଟକଣା ନଥିବାରୁ ଭଲ ବ୍ୟବସାୟ ହେବା ନେଇ ଆଶାବାଦୀ ଅଛୁ । ସବୁବର୍ଷ ଏହି ଦିନ ଲାଗି ଆମେ ସ୍ପେଶାଲ ମିଠା ପ୍ରସ୍ତୁତ କରିଥାଉ । ଚଳିତବର୍ଷ ମଧ୍ୟ କରିଛୁ । ଦୋକାନ ରୁ ମିଠା ନେବା ଲାଗି ଲୋକ ଆସୁଛନ୍ତି, ଆଶା କରୁଛୁ ଚଳିତବର୍ଷ ଭଲ ବ୍ୟବସାୟ ହେବ ବୋଲି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *