ଖୋର୍ଦ୍ଧା: ରକ୍ଷା ବନ୍ଧନ ଏକ ସ୍ନେହ ବନ୍ଧନ ର ପ୍ରତୀକ। ଭଉଣି ତାର ଭାଇ ହାତରେ ରାକ୍ଷୀ ଟିଏ ବାନ୍ଧି ଶୁଭ ମନାସିବା ସହ ସାରା ଜୀବନ ସୁରକ୍ଷା ମାଗିଥାଏ। ଏହି ପରମ୍ପରା କୁ ଭିତ୍ତି କରି ବେଗୁନିଆ ବ୍ଲକ୍ ର ପୋଡ଼ାଡିହ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି।
ବିଦ୍ୟାଳୟ ର ସମସ୍ତ ଗୁରମା ମାନଙ୍କ ସଂଯୋଜନା ରେ ଆୟୋଜିତ ଉତ୍ସବ ରେ ସମସ୍ତ ଛାତ୍ରୀ ଏକାଠି ହୋଇ ନିଜ ହାତରେ ରାକ୍ଷୀ ପ୍ରସ୍ତୁତ କରିଥିଲେ। ନିଜ ହାତ ରେ ପ୍ରସ୍ତୁତ ରାକ୍ଷୀ କୁ ଶ୍ରେଣୀ ସହପାଠୀ ଭାଇ ମାନଙ୍କ ହାତରେ ବାନ୍ଧିଥିଲେ। ଭାଇ ମାନଙ୍କୁ ଫୁଲ ,ଚନ୍ଦନ, ସିନ୍ଦୂର, ଅରୁଆ ଚାଉଳ ପିନ୍ଧାଇ ମହାପ୍ରଭୁଙ୍କ ପାଖରେ ଶୁଭ ମନାସି ଥିଲେ। ଭାଇ ମାନେ ସେମାନଙ୍କ ସହପାଠୀ ଭଉଣି ମାନଙ୍କୁ ସଦାସର୍ବଦା ସ୍ନେହ, ସୁରକ୍ଷା ଦେବାକୁ ଶପଥ ନେଇଥିଲେ।
ପରଷ୍ପର ମଧ୍ୟରେ ଛାତ୍ର ଛାତ୍ରୀ ମିଷ୍ଟାନ୍ନ ଖୁଆଇ ଏହି ଉତ୍ସବ କୁ ଆନନ୍ଦ ଉଲ୍ଲାସ ରେ ପାଳନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ। ସୁକାନ୍ତି ନାୟକ ରକ୍ଷା ବନ୍ଧନ ମହତ୍ତ୍ଵ, ପୌରାଣିକ ତଥ୍ୟ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
