ନୀଳକଣ୍ଠ ଉଚ୍ଚ ବିଦ୍ୟାଳୟ ର ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା,୨୨/୭: ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମ ସ୍ଥିତ ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠଦଶ ତମ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପୁରାତନ ଛାତ୍ର ସଂସଦର ସଭାପତି ଶିବ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ଉପେନ୍ଦ୍ର ଦାଶଙ୍କ ସଂଯୋଜନାରେ ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ର,ସଦସ୍ୟ ଡଃ ଅମରେନ୍ଦ୍ର ମହାପାତ୍ର, ଡଃ ସର୍ବ ନାରାୟଣ ମିଶ୍ର, ଡଃ ଶିଶିର କୁମାର ଆଚାର୍ଯ୍ୟ,ଶିକ୍ଷାବିତ୍ କୈଳାସ ନାଥ ସୁବୁଦ୍ଧି, ଗଗନ ବିହାରୀ ବେହେରା,ବଂଶୀଧର ପାଣିଗ୍ରାହୀ, ମନ ରଞ୍ଜନ ପଣ୍ଡା,ସଦସ୍ୟ ହରିହର ସାହୁ,ଶ୍ରୀକାନ୍ତ କୁମାର ବାହିନୀପତି,ଦିଲ୍ଲୀପ କୁମାର ପାଣିଗ୍ରାହୀ ଓ ବିଦ୍ୟାଧର ମହାରଣାଙ୍କ ସମେତ ବହୁ ପୁରାତନ ଛାତ୍ର ଯୋଗ ଦେଇ ହୀରକ ଜୟନ୍ତୀକୁ ସଫଳ କରିବା ପାଇଁ ମତାମତ ଉପସ୍ଥାପନ କରିଥିଲେ ।ଏହାର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଚଳିତ ବର୍ଷ ଅଗଷ୍ଟ ମାସ ୧୭ ରିଖ ରବିବାର ହେବ ବୋଲି ଦିନ ସ୍ଥିରୀକୃତ ହୋଇଥିବା ବେଳେ ହୀରକ ଜୟନ୍ତୀ ଉତ୍ସବଟି ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ମସିହା ଜାନୁଆରୀ ମାସ ପ୍ରଥମ ସପ୍ତାହରେ କରାଯିବ ବୋଲି ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ ହୋଇଥିଲା। ସଭାର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ନୀଳକଣ୍ଠ ମିଶ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *