ସିବିଏସଇ ନେଲା ବଡ଼ ନିଷ୍ପତ୍ତି, ସ୍କୁଲରେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ :-କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଅଧିକ ମଜବୁତ କରିବା ପାଇଁ ତା’ର ଅନୁଷ୍ଠାନ ବାଇ-ଲଜ୍‌ରେ ସଂଶୋଧନ କରି ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ ଜାରି କରିଛି। ଏହି ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, CBSE ସହ ଜଡ଼ିତ ସମସ୍ତ ସ୍କୁଲରେ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ କରାଯିବା ବାଧ୍ୟତାମୂଳକ । ଏଥିରେ ରିଅଲ-ଟାଇମ ଅଡ଼ିଓ-ଭିଜୁଆଲ ରେକର୍ଡିଂ କ୍ଷମତା ରହିବ। ଏହି ନିୟମ ସ୍କୁଲ ପରିସରରେ ନିରାପତ୍ତା ବିଶେଷ କରି ଅନୁପ୍ରବେଶକାରୀଙ୍କ ବିପଦକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି। ସିବିଏସଇରୁ ଆଫିଲିଏସନ ନେଇଥିବା ସବୁ ସ୍କୁଲ ଏହି ନିୟମକୁ ମାନିବେ । ଅର୍ଥାତ ସବୁ ସ୍କୁଲରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିବ ସିସିଟିଭି ।ନିର୍ଦ୍ଦେଶ ଅନୁସାରେ କ୍ୟାମେରା ସ୍ଥାପନର ସ୍ଥାନଗୁଡିକ ହେଲା-
ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟଲବି, କରିଡର, ସିଡ଼ିଘରଶ୍ରେଣୀଗୃହ (କ୍ଲାସରୁମ)ପରୀକ୍ଷାଗାର (ଲାବୋରେଟୋରୀ)ଗ୍ରନ୍ଥାଗାର (ଲାଇବ୍ରେରୀ)କ୍ୟାଣ୍ଟିନଖେଳପଡ଼ିଆ ଏବଂ ଅନ୍ୟାନ୍ୟ ସାଧାରଣ ଅଞ୍ଚଳଗୋପନୀୟତା ବଜାୟ ରଖିବା ପାଇଁ ଟଏଲେଟ ଏବଂ ୱାଶରୁମଗୁଡ଼ିକରେ କ୍ୟାମେରା ସ୍ଥାପନ କରାଯିବ ନାହିଁ।ସିସିଟିଭି ଫୁଟେଜ ଅତି କମରେ ୧୫ ଦିନ ପାଇଁ ସଂରକ୍ଷଣ କରାଯିବ ଏବଂ ଆବଶ୍ୟକ ହେଲେ ଏହାକୁ ଯାଞ୍ଚ କରାଯିବ ।ବୋର୍ଡ ପରୀକ୍ଷା କେନ୍ଦ୍ରଗୁଡ଼ିକ ପାଇଁ ଫୁଟେଜ ଅତି କମରେ ଫଳାଫଳ ଘୋଷଣାର ୨ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ପ୍ରତ୍ୟେକ ୧୦ଟି ଶ୍ରେଣୀଗୃହ ବା ୨୪୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ନିରୀକ୍ଷକ (ଇନଭିଜିଲେଟର) ନିଯୁକ୍ତ ହେବେ । ସେ ପରୀକ୍ଷା ସମୟରେ ରିଅଲ-ଟାଇମ ଫୁଟେଜ ନିରୀକ୍ଷଣ କରିବେ ଏବଂ ଅନିୟମିତ କାର୍ଯ୍ୟକଳାପ ରିପୋର୍ଟ କରିବେ ।ସିସିଟିଭି ସିଷ୍ଟମର ନିୟମିତ ରକ୍ଷଣାବେକ୍ଷଣ ଏବଂ ଯାଞ୍ଚ କରାଯିବ । ପ୍ରତି ତିନି ମାସରେ ସିଷ୍ଟମର କାର୍ଯ୍ୟକ୍ଷମତା ଯାଞ୍ଚ କରାଯିବ ।ଅଭିଭାବକଙ୍କ ଅଭିଯୋଗ ସ୍କୁଲର ଅଭିଯୋଗ ନିରାକରଣ ନୀତି ଅନୁଯାୟୀ ପରିଚାଳନା କରାଯିବ।ସିସିଟିଭି ଫୁଟେଜ କେବଳ ଅନୁମୋଦିତ ଅଧିକାରୀ ଏବଂ ସୁରକ୍ଷା କର୍ମଚାରୀ ଦେଖିପାରିବେ ।ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଅଭିଭାବକମାନଙ୍କୁ ସିସିଟିଭି ସ୍ଥାପନ ବିଷୟରେ ପୂର୍ବରୁ ସୂଚନା ଦିଆଯିବ ଏବଂ ସ୍ପଷ୍ଟ ଭାବେ ଲେଖାଯାଇ ପ୍ରଦର୍ଶନ କରାଯିବ ।ଗୋପନୀୟତା ଅଧିକାରକୁ ସମ୍ମାନ ଦେବା ପାଇଁ ଫୁଟେଜ ଅଯଥା ଅନ୍ୟମାନଙ୍କ ସହ ଶେୟାର କରାଯିବ ନାହିଁ । ଆଇନଗତ ଆବଶ୍ୟକତା ଅନୁଯାୟୀ ଏହାକୁ ସୁରକ୍ଷିତ ରଖାଯିବ। ଜାତୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *