ମହିଳା କମିଶନର କାର୍ଯ୍ୟାଳୟ ଆଗରେ ବିଜୁ ମହିଳା ଜନତା ଦଳର ଧାରଣା

ନାରୀ ନିର୍ଯାତନା ଓ ଦୁଷ୍କର୍ମ ଦିନକୁ ଦିନ ବଢ଼ିଚାଲିଛି

ନାରୀଟିଏ ନ୍ୟାୟ ପାଇଁ କାହାର ଦ୍ବାରସ୍ଥ ହେବ ?

Advertisement

ଭୁବନେଶ୍ୱର: – ରାଜ୍ୟରେ ଦିନକୁ ଦିନ ମହିଳା ଓ ଶିଶୁମାନେ ଅସୁରକ୍ଷିତ
ମନେକରିବା ସହିତ ନିର୍ଯାତନା ଓ ଦୁଷ୍କର୍ମ ହାର ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ରାଜ୍ୟରେ ବିଜେପି ସରକାର ଆସିବାର ୧୪ ମାସ ବିତିଗଲା ପରେ ମଧ୍ୟ ରାଜ୍ୟ ମହିଳା କମିଶନ ଓ ଶିଶୁ ସୁରକ୍ଷା କମିଶନ ପଦବୀ ଏପର୍ଯ୍ୟନ୍ତ ବି ପୂରଣ ହୋଇପାରିଲା ନାହିଁ। ଏହାର ପ୍ରତିବାଦରେ ସମୟରେ ବିଜୁ ମହିଳା ଜନତା ଦଳ ତରଫରୁ ରାଜ୍ୟ ମହିଳା କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଣ୍ଟା କାଳ ଗଣଧାରଣା ଦିଆଯାଇଥିଲା।



ଗୋଟିଏ ନାରୀ ଉପରେ ଅତ୍ୟାଚାର ହେଲେ ପ୍ରଥମେ ସେ ମହିଳା କମିଶନରେ ଦ୍ଵାରସ୍ଥ ହୋଇଥାଏ। ହେଲେ ଦୁଃଖ ଓ ପରିତାପର କଥା ମହିଳା କମିଶନ ଓ ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷ ଏପର୍ଯ୍ୟନ୍ତ ନିଯୁକ୍ତ ଦେଲେ ନାହିଁ। ଯଦି ସରକାର ଆଗାମୀ ଦିନରେ ଏହି ଗୁରୁତ୍ଵପୂର୍ଣ ପଦବୀକୁ ପୂରଣ ନକରନ୍ତି ବିଜୁ ମହିଳା ଜନତା ଦଳ କମିଶନ ଅଫିସରେ ତାଲା ପକାଇବା ସହିତ ଘେରାଉ କରିବ ବୋଲି ଚେତାବନୀ ଦେଇଛନ୍ତି। ଏହି ଗୁରୁତ୍ଵପୂର୍ଣ ପଦବୀ ପୂରଣ ନହେବାରୁ ରାଜ୍ୟର ବିଭିନ୍ନ ଅତ୍ୟାଚାରର ଶିକାର ହୋଇଥିବା ମହିଳା ଓ ଶିଶୁ ନିଜ ନିଜର ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।

ବିଜୁ ମହିଳା ଜନତା ଦଳର ଏହି ଧାରଣାରେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର,  କସ୍ତୁରୀ ମହାପାତ୍ର, ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଖ୍ରୀ ସାମନ୍ତସିଂହାର, ରଂଜିତା ସାହୁ, ମୁଖପାତ୍ର ଇପ୍‌ସିତା ସାହୁ,  ଇଲା ସ୍ଵାଇଁ,  ଲୋରା ମହାପାତ୍ର, ଭାରତୀ ସିଂ,  ପ୍ରୀତିନନ୍ଦା ରାଉତରାୟ,  ସୁମିତ୍ରା ଜେନା,  ମାନସୀ ସୁନ୍ଦରାୟ,  ରଞ୍ଜୁଲତା ରାୟ, ପୁଷ୍ପାଞ୍ଜଳି ସେଠୀ, ପୁଷ୍ପା ରାଉତ, ପଦ୍ମଜା ପ୍ରିୟଦର୍ଶିନୀ, ରୁନୁ ଜେନା, କିରଣବାଳା ମାଝୀ, ଶ୍ରମିତା ମହାନ୍ତି,  ତିଳୋତ୍ତମା ଚୌଧୁରୀ,  ସ୍ଵୀତା ସ୍ଵାଇଁ,  ଅନୂସୟା ରାୟ,  ପୂଜା ମହାରଣା,  ମୋନାଲିସା ବେହେରାଙ୍କ ସମେତ ବହୁ ନାରୀନେତ୍ରୀ ଯୋଗ ଦେଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *