ଭୁବନେଶ୍ଵର : -ପଞ୍ଚମ ଓ ଅଷ୍ଟମ ଶ୍ରେଣୀର କୌଣସି ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷାରେ ଯଦି ବିଫଳ ହୁଅନ୍ତି, ତେବେ ଫଳାଫଳ ଘୋଷଣାର ଦୁଇ ମାସ ମଧ୍ୟରେ ପୁନଃପରୀକ୍ଷା ପାଇଁ ସୁଯୋଗ ପାଇବେ। ପୁନଃପରୀକ୍ଷା ପରେ ମଧ୍ୟ ଆବଶ୍ୟକ ଉତ୍ତୀର୍ଣ ମାନଦଣ୍ଡ ପୂରଣ କରିବାରେ ବିଫଳ ହେଉଥୁବା ଛାତ୍ରଛାତ୍ରୀଙ୍କୁ ସମାନ ଶ୍ରେଣୀରେ ରଖାଯିବ। ଉପର କ୍ଲାସକୁ ଯାଇ ପାରିବେ ନାହିଁ।
ଓଡ଼ିଶା ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୧୦ରେ ସଂଶୋଧନ ହୋଇଛି।
ନୂତନ ସଂଶୋଧିତ ନିୟମ ଅନୁଯାୟୀ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶୃଙ୍ଖଳିତ ପରୀକ୍ଷା ବ୍ୟବସ୍ଥା ପ୍ରଚଳନ କରାଯାଇଛି। ସଂଶୋଧନ ମାଧ୍ୟମରେ ସ୍ପଷ୍ଟ କରାଯାଇଛି ଯେ ପ୍ରାଥମିକ ଶିକ୍ଷା ସମାପ୍ତ ନହେବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବ ନାହିଁ । ଏହି ସଂଶୋଧନ ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧୁକାର ଆଇନ, ୨୦୦୯ର ଧାରା ୩୮ ସହିତ ସମନ୍ବିତ ରହିବ। ଏହା ଓଡ଼ିଶା ଗେଜେଟରେ ପ୍ରକାଶିତ ହେବା ପରେ କାର୍ଯ୍ୟକାରୀ ହେବ। ଏହି ପରିବର୍ତ୍ତନ ଶିକ୍ଷାର ମାନ ବୃଦ୍ଧି କରିବା ସହ କୌଣସି ଶିଶୁ ଯେପରି ଶିକ୍ଷା ଅଧିକାରରୁ ବଞ୍ଚିତ ନହେବ ସେ ନେଇ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।
ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଦକ୍ଷ କରିବାକୁ ଉଦ୍ୟମ କରାଯିବ। ପରବର୍ତ୍ତୀ ଶ୍ରେଣୀକୁ ଯିବା ପୂର୍ବରୁ ବିଦ୍ୟାର୍ଥୀ ଯେପରି ତାହାର ମୌଳିକ ଶିକ୍ଷାସ୍ତର ହାସଲ କରିପାରିବ ସେ ନେଇ ପ୍ରୟାସ କରାଯାଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
