ଆଜିର ମୁଖ୍ୟ ଖବର
ତାରିଖ:୧୦/୦୭/୨୫, ଗୁରୁବାର



୧-ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଟାଙ୍କିରେ ପହଞ୍ଚି ପାରୁନି ପେଟ୍ରୋଲ ଓ ଡିଜେଲ, ଠପ୍ ହୋଇଯିବ ପରିବହନ।

୨-ଭାରତ ବନ୍ଦ: ପ୍ରମୁଖ ସେବା ବାଧାପ୍ରାପ୍ତ, ଓଡ଼ିଶାରେ ଆଂଶିକ ପ୍ରଭାବ।

୩-ଭୁବନେଶ୍ୱର:ପୁଣି ଫେରିଲା ପାସ୍ ଫେଲ;ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପୁଣି ଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

୪-ଭିଡ଼ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ବାଇ ପାସ୍ ନିର୍ମାଣ ପ୍ରସ୍ତାବ: ଖୁବ୍ ଶୀଘ୍ର ବାଜିପାରେ କେନ୍ଦ୍ରିୟ ମୋହର।

୫-ଆସନ୍ତା ସପ୍ତାହରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୬-୧୧ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ସମ୍ବିଧାନ ବଞ୍ଚାଓ ସମାବେଶରେ  ଯୋଗ ଦେବେ।

୭-ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଜଣ ନିଶା ବ୍ୟବସାୟୀ ଗିରଫ।

୮-ପୁରୀ:କଟକଣା ସତ୍ବେ  ମାନିଲେନି ସେବାୟତ; ରଥ ଉପରେ ମୋବାଇଲ ବ୍ୟବହାର କରିବା କାରଣରୁ ୭ଜଣଙ୍କ ନାଁରେ ରୁଜୁ ହେଲା ମାମଲା।

୯-ବିଜେଡିକୁ ବଡ଼ ଝଟକା, ଦଳ ଛାଡ଼ିଲେ ସୁନୀତା ବିଶ୍ୱାଳ; କଂଗ୍ରେସକୁ ଫେରିପାରନ୍ତି।

୧୦-ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକରେ ଡାଇରିଆ, କଣାସରେ ବିଭିନ୍ନ ଅଞ୍ଚଳ ଅନୁଧ୍ୟାନ କଲେ ଜିଲ୍ଲାପାଳ।

୧୧-ବ୍ୟାସନଗର ରାଜନୀତି ସରଗରମ: ବଢୁଛି ବିଜେପି -ବିଜେଡି କନ୍ଦଳ।

୧୨-ବାଂଲାଦେଶୀ ଯାଞ୍ଚକୁ ନେଇ ଝଡ଼:ମହୁଆଙ୍କ ଧମକ, ଟଙ୍କଧରଙ୍କ ଜବାବ,୪୪୪ ଜଣଙ୍କ ଚାଲିଛି ଯାଞ୍ଚ।

୧୩-ଭୁବନେଶ୍ୱର: ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଛୁଇଁଲା। ବର୍ଷା ଜାରି ରହିଥିବା ଯୋଗୁଁ ରୋଗୀ ସଂଖ୍ୟା ବଢିପାରେ।

୧୪-ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍, ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ହୋଇଥିଲେ ଗିରଫ।

୧୫-ପିପିଲି:କୁକୁଡ଼ା ଚାଷୀ ଚିନ୍ତାରେ; ଶହ ଶହ ସଂଖ୍ୟାରେ କୁକୁଡ଼ା ମରୁଥିବା ଅଭିଯୋଗ।

୧୬-ମନମୋହନଙ୍କ ବଡ଼ ସୂଚନା, ଖୁବଶୀଘ୍ର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ।

୧୭-ACF ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ।

୧୮-ଛତ୍ରପୁର:ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ    ଗାଡ଼ିରୁ ଜବତ ହେଲା ୩ ଲକ୍ଷ ଟଙ୍କା

୧୯-IPS ସ୍ତରରେ ଅଦଳ ବଦଳ, ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍‌।

୨୦-ଗୁୁଜୁରାଟରେ ପୋଲ ଭୁଶୁଡ଼ିବା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ; ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି କଲେ ଘୋଷଣା।

୨୧-ଲର୍ଡସ୍ ଟେଷ୍ଟ :ଆଜିଠୁ ଭାରତ – ଇଂଲଣ୍ଡ ଲର୍ଡସ ଲଢେଇ।

୨୨-କିଭ୍: ୟୁକ୍ରେନ ଉପରେ ୭୨୦ ଡ୍ରୋନ୍,୧୩ କ୍ଷେପଣାସ୍ତ୍ର ମାଡ଼ କଲା ଋଷ୍।କେହି ମୃତାହତ ହୋଇନାହାନ୍ତି।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *