ଖୋର୍ଦ୍ଧା. ୦୫/୦୮:- କ୍ରିକେଟ ଆସୋସିଏସନ ଅଫ ଦି ଡିଷ୍ଟ୍ରିକ୍ଟ ଖୋର୍ଦ୍ଧା ଆନୁକୂଲ୍ୟରେ ଆନ୍ତଃ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ଆସନ୍ତା ୨୦ ତାରିଖରୁ ବି ଜେ ବି ହାଇସ୍କୁଲ ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେବ।ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଗ୍ରହୀ ବିଦ୍ୟାଳୟ ର ଖେଳାଳି ମାନେ ସେମାନଙ୍କର ଡିଜିଟାଲ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ସ୍କୁଲ ପ୍ରଦତ୍ତ କାର୍ଡ ସହ ଆସନ୍ତା ଅଗଷ୍ଟ ୧୧ ତାରିଖ ଦିନ ଖୋର୍ଦ୍ଧା ବି ଜେ ବି ହାଇସ୍କୁଲ ମିନି ଷ୍ଟାଡିଅମ ଠାରେ ଉପସ୍ଥିତ ରହି ସେମାନଙ୍କ ନାମ ପଞ୍ଜିକୃତ କରିବେ।ପଞ୍ଜିକୃତ ହୋଇ ନ ଥିବା ଖେଳାଳି ମାନେ ଅଂଶ ଗ୍ରହଣ କରି ପାରିବେ ନାହିଁ। ଖେଳାଳି ମାନଙ୍କ ବୟସ ୧୪ ବର୍ଷ ରୁ କମ ହୋଇଥିବ ଏବଂ ୧୬ ବର୍ଷ ରୁ ଅଧିକ ହୋଇ ନ ଥିବ।ନିର୍ଧାରିତ ଅଗଷ୍ଟ ୧୧ ତାରିଖରେ ବି ଜେ ବି ହାଇସ୍କୁଲ ଖେଳ ପଡିଆ ଠାରେ ଉପସ୍ଥିତ ରହି ନାମ ପଞ୍ଜିକୃତ କରିବା ପାଇଁ ଆସୋସିଏସନ ସମ୍ପାଦକ ତଥା
ଓ ସି ଏ କୋଷାଧକ୍ଷ ବିକାଶ ପ୍ରଧାନ ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
