ଭୁବନେଶ୍ୱର :- ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ, ବଳଙ୍ଗାରେ ଜଣେ ନାବାଳିକା ଛାତ୍ରୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ଖବର ଶୁଣି ମୁଁ ସ୍ତବ୍ଧ। ଦିନ ଆଲୁଅରେ ଅପରାଧୀମାନେ ଏଭଳି କାଣ୍ଡ ଭିଆଇବା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି। ଏଭଳି ଅମାନୁଷିକ କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରୁଛି। ଏଥିସହିତ ଚିକିତ୍ସାଧିନ ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି।
ଗତ କିଛିଦିନ ତଳେ ଏଫ୍ଏମ୍ କଲେଜର ଜଣେ ଛାତ୍ରୀ ଆତ୍ମାହୁତି ଦେଇଥିଲେ। ଯୌନ ନିର୍ଯାତନାର ଶିକାର ହୋଇଥିବା ଛାତ୍ରୀ ଜଣକ ବାରମ୍ବାର ଗୁହାରି କରି ଶେଷରେ ଆଖି ବୁଜିଥିଲେ। ଏହି ଘଟଣା ମନରୁ ନଲିଭୁଣୁ ଆଜି ଆଉ ଜଣେ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଦେବା ଘଟଣା ହୃଦୟ ବିଦାରକ।
ରାଜ୍ୟରେ ମା’- ଭଉଣୀ ଆଉ ସୁରକ୍ଷିତ ନୁହଁନ୍ତି। ମନେ ହେଉଛି ଅପରାଧୀମାନଙ୍କ ପୋଲିସ ଉପରୁ ଭୟ ଛାଡ଼ିଯାଇଛି। ବିଜେପି ସରକାର କେଉଁ ଉପଲବ୍ଧି ଗଣାଉଛନ୍ତି ? ଅନ୍ୟକୁ ଦୋଷ ଦେଇ ଖସି ଯିବାକୁ ଚେଷ୍ଟା ଆଉ କେତେ ଦିନ କରିବେ? ଉତ୍ତରଦାୟିତ୍ୱ ନେଇ ଲୋକଙ୍କୁ ସୁରକ୍ଷା ଦିଗରେ କାମ କରନ୍ତୁ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
