ରକ୍ତଦେଇ ଅନ୍ୟର ଜୀବନ ବଞ୍ଚାଇବାକୁ ଆହ୍ୱାନ : ରକ୍ତ ଦାନ ମହାପୂଣ୍ୟ
ଖୋର୍ଦ୍ଧା, (14/06):- ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ସଦରମହକୁମରେ ଅବସ୍ଥିତ ସ୍ବେଛାସେବୀ ସଙ୍ଗଠନ “ବ୍ରହ୍ମାସେନା ଯୁବପରିଷଦ “ଆନୁକୂଲ୍ୟରେ ରବିବାର ” ବିଶ୍ୱ ରକ୍ତଦାତା ଦିବସ “ପାଳିତ ହୋଇଯାଇଛି। ସ୍ଥାନୀୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ମୋଟ ୩୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପ୍ରଥମେ ଗ୍ରାମର ଆଦର୍ଶ ଦମ୍ପତି ବିଜୟ କୁମାର ମହାପାତ୍ର, ଇତିଶ୍ରୀ ମହାପାତ୍ର ଓ ପୁତ୍ର ଇଂ ବିଶ୍ୱଜିତ ମହାପାତ୍ର ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ।ଖୋର୍ଦ୍ଧା ରକ୍ତଭଣ୍ଡାର ଡାକ୍ତର ବିଭୁତି ଭୂଷଣ ଯତି,ନର୍ସିଙ୍ଗ ଅଧିକାରୀ ଝାନସୀରାଣୀ ପାତ୍ର,ଲାବ ଟେକନିସିଆନ ଝୁନୁଲତା ସାହୁ ଓ ବିଶ୍ୱରଞ୍ଜନ ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।ପରେ ଅନୁଷ୍ଠାନର ସଭାଗୃହରେ ଆୟୋଜିତ ସଭାରେ ସଭାପତି ଗୋବିନ୍ଦ ଚନ୍ଦ୍ର ପଣ୍ଡା ପୌରୋହିତ୍ୟ କରିଥିଲେ।

କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେବାସହ ରକ୍ତଦାନ ସମ୍ପର୍କିତ ସଚେତନତା ସଙ୍ଗୀତ ଗାନ କରିଥିଲେ।ଏଥିରେ ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧିକାରୀ ପଙ୍କଜ ମାଝୀ ମୁଖ୍ୟ ଅତିଥି, ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟବକ୍ତା, ବେଗୁନିଆ ଥାନାଧିକାରୀ କାହ୍ନୁଚରଣ ସ୍ୱାଇଁ ବିଶେଷ ଅତିଥି ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ କୁମାର ପଣ୍ଡା, ଶିକ୍ଷାବିତ ହରିବନ୍ଧୁ ପଣ୍ଡା ଓ ବ୍ରଜବନ୍ଧୁ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ରକ୍ତଦାନ ଏକ ସର୍ବୋତ୍କୃଷ୍ଟ ସାମାଜିକ କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଵା ସହ ବର୍ଷ କୁ ଦୁଇଥର ଶିବିର କରିବ ଆୟୋଜକ ଅନୁଷ୍ଠାନ ବୋଲି ଦେଲେ ଆହ୍ୱାନ ।

ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଁପୁର ଗ୍ରାମର ସନ୍ତୋଷ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରସାନନ୍ଦ ସାମନ୍ତରାୟ, ,ସମ୍ପାଦକ ପ୍ରଭାତ କୁମାର ରଣା,ସହ ସମ୍ପାଦକ ଜ୍ୟୋତି ରଞ୍ଜନ ପ୍ରଧାନ,କୋଷାଧ୍ୟକ୍ଷ ହୃଷିକେଶ ପଣ୍ଡା,ୱାର୍ଡ ସଭ୍ୟ ରମାକାନ୍ତ ରଣା,ସଭ୍ୟ ଅମରେଶ ମହାପାତ୍ର ଓ ସୌଜନ୍ୟ କୁମାର ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଉପ ସଭାପତି ମାନସ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
