ଏଣିକି ଦୁଇ ଚକିଆ ଯାନ ଟୋଲ ଗେଟ ଦେବେ ଟୋଲ ଟ୍ୟାକ୍ସ

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତାୟାତ କରୁଥିବା ଦୁଇଚକିଆ ଯାନକୁ ନେଇ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ଜାତୀୟ ରାଜପଥର ଟୋଲରେ ଏଣିକି ଦୁଇଚକିଆ ଯାନଗୁଡ଼ିକୁ ମଧ୍ୟ ଟ୍ୟାକ୍ସ ଦେବାକୁ ପଡ଼ିବ । ଜୁଲାଇ ୧୫ ତାରିଖରୁଏହି ନିୟମ ଲାଗୁ ହେବ । ସାଧାରଣ ଭାବେ ଦୁଇଚକିଆ ଯାନ କିଣିବା ସମୟରେ ଟୋଲ ଟ୍ୟାକ୍ସ ଆଦାୟ କରାଯାଇଥାଏ । ମାତ୍ର ଜାତୀୟ ରାଜପଥରେ ଯାତାୟାତ କରୁଥିବା ଦୁଇଚକିଆ ଯାନଗୁଡ଼ିକ ଠାରୁ ଟୋଲ ଟ୍ୟାକ୍ସ ନିଆଯାଇନଥାଏ । କେବଳ ଚାରି ଚକିବା ଯାନ ବା ଅଧୂକ ଚକିଆ ଯାନଗୁଡ଼ିକ ଠାରୁ ଟୋଲ ଟ୍ୟାକ୍ସ ଆଦାୟ କରାଯାଇଥାଏ ।
ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) ପାଇଁ କେନ୍ଦ୍ର ସରକାର ଏହି ନିୟମ ଲାଗୁ କରିଛନ୍ତି । ନୂଆ ନିୟମ ମୁତାବକ, ଦୁଇଚକିଆ ଯାନଗୁଡ଼ିକ ପାଇଁ FASTag ମାଧ୍ୟମରେ ଟୋଲ ଭରଣା କରିବାକୁ ପଡ଼ିବ । ଯେଉଁମାନେ ଏହି ନିୟମକୁ ଉଲଂଘନ କରିବେ, ସେମାନଙ୍କ ଠାରୁ ୨ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *