ଚଳନ୍ତା ଟ୍ରେନରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ
ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ଘଟଣା

ମୂମାଇ :- (ଶୁଭ ଖବର) ଚଳନ୍ତା ଟ୍ରେନରୁ ଖସିପଡିଲେ ଯାତ୍ରୀ ।  ଫଳରେ ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ । ରେଳବାଇ ଅଧିକାରୀଙ୍କ ସୂଚନା ଅନୁସାରେ ପାଖାପାଖି ୧୦-୧୨ ଜଣ ଟ୍ରେନରୁ ଖସିପଡିଛନ୍ତି । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଟ୍ରେନରେ ମାତ୍ରାଧିକ ଯାତ୍ରୀ ଯାତ୍ରା କରୁଥିବାରୁ ଏପରି ଅଘଟଣ ଘଟିଥିବା କୁହାଯାଉଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ସନ୍ଦେହ କରାଯାଉଛି । ସେପଟେ ଅନେକ ଯାତ୍ରୀ ଆହତ ହୋଇଛନ୍ତି

ମିଳିଥିବା ସୂଚନା ଅନୁସାରେ, ଟ୍ରେନରେ ପ୍ରବଳ ଭିଡ଼ ଥିଲା । ମାତ୍ରାଧିକ ଯାତ୍ରୀ ଟ୍ରେନରେ ଥିବାରୁ କିଛି ଲୋକ ଡୋର୍ ନିକଟରେ ଛିଡା ହୋଇଥିଲେ । ତେବେ ଡୋର୍ ନିକଟରେ ଛିଡା ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ପାଖାପାଖି ୧୦-୧୨ ଜଣ ଖସିପଡିଥିବା ଜଣାପଡ଼ିଛି । ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *