ନାରୀ ନିର୍ଯ୍ୟାତନା ପ୍ରତିବାଦରେ : ଗର୍ଜିଲା ବେଗୁନିଆ-ବୋଲଗଡ଼ ବିଜୁ ଯୁବଛାତ୍ର।

ବୋଲଗଡ :- ୨୫/୦୬-  ବିଜେପି ଶାସିତ ଓଡ଼ିଶା ରାଜ୍ୟରେ ଅହେତୁକ ଭାବେ ଦିନକୁଦିନ ବଢି ଚାଲିଛି ମହିଳାଙ୍କ ପ୍ରତି ନିର୍ଯ୍ୟାତନା,ହିଂସା ବୃଦ୍ଧି,ଦୁଷ୍କର୍ମ ଭଳି ଅନେକ ନାରୀ  ଅବିଚାର।ବିଶେଷକରି  ଅନୁରୂପ  ଭାବେ ଗୋପାଳପୁର ଠାରେ ହୋଇଥିବା ଛାତ୍ରୀ ଗଣ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ନ୍ୟାୟ ଦାବି ନେଇ ଓ ରାଜ୍ୟରେ ବଢୁଥିବା ନାରୀନିର୍ଯ୍ୟାତନା ବିରୋଧରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ସାରା  ରାଜ୍ୟରେ ମହାବିଦ୍ୟାଳୟ ଆଗରେ ଗଣଧାରଣା ଓ ପ୍ରତିବାଦ ସଭା ଆୟୋଜନ କରାଯାଉଛି।

Advertisement

ଏହି ପରୀପ୍ରେକ୍ଷୀରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟ ସମ୍ମୁଖ ୫୭ନଂ ଜାତୀୟ ରାଜପଥରେ  ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା।ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଏହି ସଭାରେ ସ୍ଥାନୀୟ ବିଜେଡି ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସମେତ  ବିଜେଡି ବରିଷ୍ଠ ଯୁବନେତା ବୀର ଦାସ, ଯୁବନେତା ସିବୁନ ସୁନ୍ଦରାୟ ,ପୂର୍ବତନ ସମିତିସଭ୍ୟ ସୁରେଶସାମନ୍ତସିଂହାର ,ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ ପ୍ରଧାନ, ଯୁବନେତା ଚନ୍ଦନ ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ୨୫ନଂ ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ,ସୁରେଶ କୁମାର ସାମନ୍ତରାୟ,ବଂଶୀଧର ସାହୁ, ଗୌତମ ସ୍ବାଇଁ, ଅନିଲ ବେହେରା, ଜିତେନ୍ଦ୍ର ମାର୍ଥା,ସିକୁ ମହାପାତ୍ର,ମାଣିବନ୍ଧ ସରପଞ୍ଚ ନାରୀନେତ୍ରୀ ସୁନନ୍ଦା ବରାଳ,ମୁନା ମହାପାତ୍ର,ବିଶ୍ଵରଞ୍ଜନ ବିଶ୍ଵାଳଙ୍କ ସହିତ ପରମାନନ୍ଦ ମହାବିଦ୍ୟାଳୟ  ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲ। ଦିନକୁ ଦିନ ରାଜ୍ୟରେ ବଢୁଛି ନାରୀ ନିର୍ଯ୍ୟାତନା ଓ ଏହାର ସମାଧାନ କରିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ବୋଲି ଯୁବନେତା ଓ ଛାତ୍ର ନେତାମାନେ ବିଭିର୍ଣ୍ଣ ନାରାବାଜି ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।କିଛି ସମୟ ପାଇଁ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ ରହିଥିଲା।ଆଇନ ଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିରୁ ବୋଲଗଡ ଥାନା ପୁଲିସ ମୁତୟନ ଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *