ଖୋର୍ଦ୍ଧାର ମାଣିବନ୍ଧ ନିକଟରେ ବେଗୁନିଆ ପୋଲିସର ଚଢ଼ାଉ
ଖୋର୍ଦ୍ଧା: ଦୀପାବଳି ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ବାଣ କାରବାର ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ। ମାଣିବନ୍ଧ ନିକଟରେ ଚଢ଼ାଉ କରି ବେଗୁନିଆ ପୋଲିସ ବାଣ ବୋଝେଇ ୪ଟି ବୋଲେରୋ ପିକ୍ଅପ୍ ଭ୍ୟାନ୍ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ମାଣିବନ୍ଧ ନିକଟରେ ବାଣ ବୋଝେଇ ଗାଡ଼ିଗୁଡ଼ିକ ଥିବା ଖବର ପାଇ ବେଗୁନିଆ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ୪ଟି ବୋଲେରୋ ପିକ୍ଅପ୍ ଭ୍ୟାନ୍ ଜବତ ହେବା ସହ ୪ ଜଣଙ୍କୁ ଗିରଫ କରାଯାଇଥିଲା।
ତେବେ ଜବତ ବାଣର ପରିମାଣ, ଗିରଫ ଅଭିଯୁକ୍ତଙ୍କ ପରିଚୟ ଏବଂ ବାଣ ପରିବହନ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଘଟଣାର ଅଧିକ ବିବରଣୀ ଜଣାପଡ଼ିବ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
