ଖୋର୍ଦ୍ଧା: ସରକାରୀ ଯୋଜନା ସତ୍ତ୍ୱେ ୭୦ ପ୍ରତିଶତ ଦିବ୍ୟାଙ୍ଗ ରବୀନ୍ଦ୍ର ପ୍ରଧାନଙ୍କ ପାଇଁ ପକ୍କାଘର ଆଜି ବି ସାତ ସପନ। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କଁପୁର ପଞ୍ଚାୟତର ଦଳେଇ ସାହିର ରବୀନ୍ଦ୍ରଙ୍କ ଅଭିଯୋଗ, ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମିଳିନାହିଁ।

ମାସିକ ୧୨୦୦ ଟଙ୍କା ଦିବ୍ୟାଙ୍ଗ ଭତ୍ତା ଓ ରାସନ ଚାଉଳରେ ଚଳୁଥିବା ରବୀନ୍ଦ୍ରଙ୍କ ମାଆ ପର ଘରେ କାମ କରି ପୁଅର ଭରଣପୋଷଣ କରୁଛନ୍ତି। ଗଣମାଧ୍ୟମ ଆଗରେ ସେ ପୁଅ ପାଇଁ ପକ୍କାଘର, ୩୫ କିଲୋ ଚାଉଳ ଓ ଅଧିକ ଭତ୍ତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

ରବୀନ୍ଦ୍ରଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଓ ନିୟମାନୁସାରେ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି। ଏବେ ପ୍ରଶ୍ନ, ଅସହାୟ ଦିବ୍ୟାଙ୍ଗ ରବୀନ୍ଦ୍ରଙ୍କ ଦୁଃଖ କେବେ ଶୁଣିବ ପ୍ରଶାସନ?
Subha Khabar is now on Whatsapp
Join and get latest news update delivered to you via whatsapp
Join Now
