ଗୁରୁଜଙ୍ଗ ପ୍ରିମିୟର ଲିଗ୍‌: ଏସ୍‌ଜେଆର୍‌ ୱାରିୟର୍ସ ଓ ବିଏସ୍‌ଏ ଭାଲିଆବାଡ଼ି ବିଜୟୀ


ଖୋର୍ଦ୍ଧା, ୧୦/୧୦: ଖୋର୍ଦ୍ଧା ଉପକଣ୍ଠସ୍ଥିତ ଗୁରୁଜଙ୍ଗ ଖେଳ ପଡ଼ିଆରେ ଗୁରୁଜଙ୍ଗ କ୍ରିକେଟ୍ ଆସୋସିଏସନ୍‌ ଆନୁକୂଲ୍ୟରେ ଚାଲିଥିବା ଗୁରୁଜଙ୍ଗ ପ୍ରିମିୟର ଲିଗ୍‌ର ତୃତୀୟ ଦିବସରେ ଏସ୍‌ଜେଆର୍‌ ୱାରିୟର୍ସ ଗୁରୁଜଙ୍ଗ ଓ ବିଏସ୍‌ଏ ଭାଲିଆବାଡ଼ି ବିଜୟ ହାସଲ କରିଛନ୍ତି।


ଦିନର ପ୍ରଥମ ମ୍ୟାଚ୍‌ରେ ଏସ୍‌ଜେଆର୍‌ ୱାରିୟର୍ସ ଗୁରୁଜଙ୍ଗ ଓ ମିଳନ ୟୁଥ୍ କ୍ଲବ୍ ମୁକୁନ୍ଦପ୍ରସାଦ ମଧ୍ୟରେ ମୁକାବିଲା ହୋଇଥିଲା। ଟସ୍‌ ଜିତି ମୁକୁନ୍ଦପ୍ରସାଦ ପ୍ରଥମେ ବ୍ୟାଟିଂ କରି ୧୮.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୯ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅର୍ଶଦ୍ ଖାନ୍ ସର୍ବାଧିକ ୨୭ ରନ୍ କରିଥିବା ବେଳେ ଗୁରୁଜଙ୍ଗ ପକ୍ଷରୁ ମହେଶ୍ୱର ଚମ୍ପତ୍ତି ୩ଟି ୱିକେଟ୍ ହାସଲ କରିଥିଲେ।
ଜବାବରେ ଗୁରୁଜଙ୍ଗ ଦଳ ମାତ୍ର ୧୩ ଓଭରରେ ୪ଟି ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକାନ୍ତ ବଡ଼ଜେନାଙ୍କୁ ଅତିଥି ସାଗର ସିମେଣ୍ଟର ବରିଷ୍ଠ ଅଧିକାରୀ ପ୍ରଶାନ୍ତ ବେହେରା ଓ ବରିଷ୍ଠ ସାମ୍ବାଦିକ ପ୍ରଦୀପ ବେହେରା ପୁରସ୍କୃତ କରିଥିଲେ।
ଦ୍ୱିତୀୟ ମ୍ୟାଚ୍‌ରେ ବାଲୁଙ୍କେଶ୍ୱର ୱାରିୟର୍ସ ତମାଣ୍ଡୋ ଓ ବିଏସ୍‌ଏ ଭାଲିଆବାଡ଼ି ମଧ୍ୟରେ ଖେଳ ହୋଇଥିଲା। ଟସ୍‌ ଜିତି ତମାଣ୍ଡୋ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାଲିଆବାଡ଼ି ଦଳ ୧୮ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା। ଦଳ ପକ୍ଷରୁ ଶୁଭେନ୍ଦୁ ପ୍ରଧାନ ସର୍ବାଧିକ ୪୫ ରନ୍ ସଂଗ୍ରହ କରିଥିବା ବେଳେ ତମାଣ୍ଡୋ ପକ୍ଷରୁ ଆୟୁଷ ସ୍ୱାଇଁ ୩ଟି ୱିକେଟ୍ ନେଇଥିଲେ।

Advertisement


୧୬୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ତମାଣ୍ଡୋ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୨ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଫଳରେ ଭାଲିଆବାଡ଼ି ୩୫ ରନ୍‌ରେ ବିଜୟୀ ହୋଇଥିଲା। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଭାଲିଆବାଡ଼ି ଦଳର ସାଗର ବେହେରା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କୁ ଅତିଥି ଭବାନୀ ଶଙ୍କର ଶତପଥୀ ଓ ଅସିତ୍ ଶତପଥୀ ପୁରସ୍କୃତ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *