ଉତ୍ତର ଭୁବନେଶ୍ୱରରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା

ଘରେ ଘରେ ପହଞ୍ଚାଅ ଡବଲ୍ ଇଞ୍ଜିନ୍ ସରକାରର ବିଫଳତା: ନବୀନ ପଟ୍ଟନାୟକ

ଭୁବନେଶ୍ୱର: – ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଉତ୍ତର ଭୁବନେଶ୍ୱରରେ ବିଶାଳ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଛି। ଏହି ପଦଯାତ୍ରାରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଘରେ ଘରେ ପହଞ୍ଚି ବିଜେପି ସରକାରର ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଆହ୍ୱାନ ଦେଇଛନ୍ତି।



ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜୁ ଜନତା ଦଳ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାରଙ୍କ ସମୟରେ ଓଡ଼ିଶାରେ ଦ୍ରୁତ ବିକାଶ ହୋଇଥିଲା ଏବଂ ରାଜ୍ୟ ସାରା ଦେଶରେ ଏକ ମଡେଲ୍ ରାଜ୍ୟ ଭାବେ ପରିଚିତି ହାସଲ କରିଥିଲା।

Advertisement



ବର୍ତ୍ତମାନର ଡବଲ୍ ଇଞ୍ଜିନ୍ ସରକାରକୁ ସମାଲୋଚନା କରି ସେ କହିଛନ୍ତି ଯେ, ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟର ଛବି ମଳିନ ହୋଇଛି। ସରକାରଙ୍କ ବିଫଳତା ଓ ଜନସାଧାରଣଙ୍କ ସମସ୍ୟାକୁ ଲୋକଙ୍କ ସାମ୍ନାକୁ ଆଣିବା ସହ ସାଧାରଣ ଲୋକଙ୍କ ସହ ନିରନ୍ତର ସମ୍ପର୍କ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।



ପଦଯାତ୍ରା ମାଧ୍ୟମରେ ଦଳର ନେତା ଓ କର୍ମୀମାନେ ଘରକୁ ଘର ଯାଇ ଲୋକଙ୍କ ସମସ୍ୟା ଶୁଣିବା ସହ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାକୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏହା ସହ ଦଳର ସେବାମୂଳକ ମନୋଭାବ ଓ ଜନସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ୱର ବିଧାୟକ ଶ୍ରୀ ସୁଶାନ୍ତ ରାଉତଙ୍କ ସମେତ ବିଜେଡିର ବରିଷ୍ଠ ନେତୃବୃନ୍ଦ, ସ୍ଥାନୀୟ କର୍ପୋରେଟର, ଦଳୀୟ କର୍ମୀ ଓ ବହୁ ଜନସାଧାରଣ ଯୋଗଦେଇଥିଲେ। ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟତର ହେବା ସହ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *