ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଉପଲକ୍ଷେ ଅଭ୍ୟାସ ପ୍ୟାରେଡ୍ ଓ ସାଂସ୍କୃତିକ ଦଳ ଚୟନ ଅନୁଷ୍ଠିତ

ଖୋର୍ଦ୍ଧା:- (୧୨/୦୮)ଆଜି ଅପରାହ୍ନ ୩ .୦୦ ଘଟିକା ସମୟରେ ଜିଲ୍ଲା ସଦର ମହକୁମା ବି. ଜେ.ବି ହାଇସ୍କୁଲ ଖେଳ ପଡ଼ିଆରେ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ଶ୍ରୀ ସତ୍ୟକାନ୍ତ ମନୋରଞ୍ଜନ ଜେନାଙ୍କ ପରିଚାଳନାରେ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହୋଇଯାଇଅଛି ।

Advertisement

ଉକ୍ତ ଅଭ୍ୟାସ ପ୍ୟାରେଡ୍ ରେ ଆଇ ଟି ବି ପି, ତରତୁଆ ସମେତ ଏ ପି ଆର, ଗୃହରକ୍ଷୀ ବାହିନୀ, ପୋଲିସ ବ୍ୟାଣ୍ଡ ପାର୍ଟି ଏବଂ ବିଭିନ୍ନ ମହାବିଦ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଏନ୍ ସି ସି, ସ୍କାଉଟ୍,ଗାଇଡ, ସିଭିଲିଆନ୍ ବିଭାଗରେ ବିଭିନ୍ନ ବର୍ଗର ପ୍ଳାଟୁନ କୁ ନେଇ ୫୪ ଟ୍ରୁପ୍ ଅଂଶ ଗ୍ରହଣ କରିଥିଲେ ।

ଆସନ୍ତା କାଲି ପୂର୍ବାହ୍ନ ୮.୦୦ ଘଟିକାରେ ତୃତୀୟ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହେବ ଯେଉଁ ମାନେ ସ୍ଵାଧୀନତା ଦିବସ ୧୫ ଅଗଷ୍ଟ ମୁଖ୍ୟ ଉତ୍ସବ  ପ୍ୟାରେଡ୍ ରେ  ଭାଗ ନେବେ l ସେହିପରି ଆଜିର ଅଭ୍ୟାସ ପ୍ୟାରେଡ୍ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, କାର୍ଯ୍ୟାଳୟର କର୍ମଚାରୀ,ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ବି ଜେ ବି ହାଇସ୍କୁଲ କ୍ରୀଡ଼ା ଶିକ୍ଷକ ଚିନ୍ମୟ ମାର୍ଥା ,   ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି କବିରାଜ ପ୍ରଧାନ , ସାଂସ୍କୃତିକ ଦଳ ଚୟନ ବିଚାରକ ମଣ୍ଡଳୀ ବିରଞ୍ଚି ସାହୁ, ସ୍ମରଣିକା ପ୍ରିୟଦର୍ଶିନୀ, ମଣିପାଲ ସଂଚାଳିକା ରେବତୀ ପଣ୍ଡା ଏବଂ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ କାର୍ଯ୍ୟାଳୟ ସର୍ଜଣ୍ଟ, ହାବିଲଦାର ଏବଂ ସମସ୍ତ୍ ଟ୍ରୁପ ର ଗାଇଡ ଶିକ୍ଷକ ମାନେ ଉପସ୍ଥିତ ଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *