ପୁରୀ :- (ଶୁଭ ଖବର ) ଅଣସର ଦ୍ଵାଦଶୀ , ଭୋଗ ମଣ୍ଡପ ନୀତି ବଢିବା ପରେ ଭଣ୍ଡାର ଘରୁ ରୂପା ଥାଳି ନେଇ ଦକ୍ଷିଣ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ଆସ୍ଥାନ ପ୍ରତିହାରୀ ପକାଇଥିବା ପାହାଡ଼ା ଉପରେ ରଖାଯାଇଥାଏ

। ଚାଙ୍ଗଡ଼ା ମେକାପ ଯୋଗାଇଥିବା ପାଟକନା ସେହି ରୁପା ଥାଳି ମାନଙ୍କ ଉପରେ ପକାଇ ଦଇତା ପତି ସେବକ ମାନେ ଅଣସର ପିଣ୍ଡି ରୁ ଶ୍ରୀ ଅଙ୍ଗଚନ୍ଦନ ,କରାଳ ଓ ପାଟଡୋରି ଉକ୍ତ ଥାଳିରେ ରେ ରଖି ଘଣ୍ଟ , ଛତ୍ର , କାହାଳୀ ସହ ତଳିଛ ମହାପାତ୍ର ଓ ପ୍ରଧାନୀ ସେବକ ହାତ ପଇଠ ହୋଇ ଆଗେ ଆଗେ ପଟୁଆରରେ ଶ୍ରୀନଅର ଅଭିମୁଖେ ଯାଇଥାନ୍ତି।

ଶ୍ରୀନଅର ରେ ଉପସ୍ଥିତ ହେବା ପରେ ସେଠାରେ ରାଜାଙ୍କ ଛୁଆଁ ଶାଢ଼ୀମାନ ଦଇତା , ପତି ମହାପାତ୍ର , ତଢ଼ାଉ , ଦେଉଳ କରଣ ଓ ତଳିଛ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥାଏ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
